fbpx

ପୁଣି ସାମ୍ନାକୁ ଆସିଲା ତାଲିବାନର ବର୍ବର ଚେହେରା, ପତି-ପତ୍ନୀଙ୍କ ପାଇଁ ଜାରି କଲା ଏଭଳି ନିୟମ

ଗତ ବର୍ଷ ଆଫଗାନିସ୍ତାନ ଉପରେ କବ୍ଜା କରିବା ସମୟରେ ଦୁନିଆ ସମ୍ନାରେ ପରିବର୍ତ୍ତନ ଆଣିବାକୁ କହୁଥିବା ତାଲିବାନ ନିଜର ପ୍ରକୃତ ରୂପ ଦେଖାଇଛି । ଆଫଗାନିସ୍ତାନରେ ଏବେ ପ୍ରତିଦିନ ଏଭଳି ନିୟମ ଜାରି ହେଉଛି ଯାହାକୁ ଦେଖିଲେ ଜଣାପଡ଼ୁଛି ସେଠାରେ କିଭଳି ଭାବରେ ମାନବଧିକାର ତଥା ମହିଳାଙ୍କ ଅଧିକାରର ଉଲ୍ଲଘଂନ ହେଉଛି । ନିକଟରେ ମହିଳାଙ୍କ ପାଇଁ ବୁର୍କା ଜରୁରୀ କରିବା ପରେ ତାଲିବାନ ଏବେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ବସିବା ଉପରେ ପ୍ରତିବନ୍ଧକ ଲଗାଇଛି, ଅର୍ଥାତ୍ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ବସିପାରିବେ ନାହିଁ ।

କାବୁଲ ନ୍ୟୁଜ୍ ଅନୂଯାୟୀ ନୂଆ ନିୟମରେ ପତି-ପତ୍ନୀ ରେଷ୍ଟୁରାଣ୍ଟରେ ଏକାଠି ବସିବାକୁ ଅପରାଧ ବୋଲି ଘୋଷିତ କରାଯାଇଛି । ଏମିତି କରିବା ଦ୍ୱାରା ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ ଏହି ନୂଆ ନିୟମରୁ ଜଣାପଡ଼ୁଛି ଯେ ତାଲିବାନ ନିଜ କଥାରୁ ଓହରିଛି । ଆଉ ଉଦାରତାରେ ଶାସନ କରିବାକୁ କହୁଥିବା ତାଲିବାନ କଠୋର ଶାସନ କରିବାରେ ଲାଗିଛି ।

ତାଲିବାନର ଏକ ଏପରି ଜେଲ ରହିଛି, ଯେଉଁଠାରେ ବିନା ପୁରୁଷ ସାଥୀରେ ଯଦି କେହି ମହିଳା ଟ୍ୟାକ୍ସିରେ ବସୁଛନ୍ତି ତେବେ ତାଙ୍କୁ କୌଣସି ଶୁଣାଣି ନକରି ଏହି ଜେଲରେ ଭର୍ତ୍ତି କରାଯାଏ । ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ନିଜ ସହ ପଢ଼ୁଥିବା ପୁରୁଷ ସହପାଠୀଙ୍କ ସହ ଫଟୋ ଉଠାଇଲେ ମଧ୍ୟ ଦଣ୍ଡ ଦିଆଯାଏ । ଏହି ସବୁ କାମ ତାଲିବାନ ନିୟମ ଅନୁସାରେ ଅପରାଧ ବୋଲି ଧରାଯାଏ ।

Get real time updates directly on you device, subscribe now.