fbpx

ବିଭିନ୍ନ ରୋଗକୁ ଆୟତରେ ରଖିବ କଲରା ଜୁସ, ପ୍ରତିଦିନ ସେବନ କଲେ ମିଳିବ ଉପଶମ

ନୂଆଦିଲ୍ଲୀ: ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି । ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି । ଏହି ରୋଗ ଥରେ ହେଲେ ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତରେ ରଖାଯାଇପାରେ । ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇପାରେ । ଏହି ରୋଗକୁ ଆଦୌ ଅଣଦେଖା କରାନଯାଇପାରେ । ଏହାକୁ ଅଣଦେଖା କଲେ ଅନେକ ପାଶ୍ୱର୍ ରୋଗ ବାହାରିଯିବାର ସମ୍ଭାବନା ରହିଛି । ତେବେ ଆପଣ ଯଦି ଏହି ରୋଗକୁ ଆୟତରେ ରଖିବାକୁ ଚାହାନ୍ତି ତେବେ କଲରା ପରି ଭଲ ପରିବା ଆପଣଙ୍କ ପାଇଁ ଅନ୍ୟ କିଛି ହୋଇ ନପାରେ । ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ୍‌ କରାଯାଇପାରେ । ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ । ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲସିସେମିଆ ରୋଗ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ । କେବଳ ମଧୁମେହ ନୁହେଁ, ଚର୍ମ ରୋଗ ପାଇଁ ମଧ୍ୟ ଅବ୍ୟର୍ଥ ଔଷଧ ପରି କାମ କରେ କଲରା । କଲରାକୁ ଭଜା, ତରକାରି ଯେପରି ବି ଖାଇପାରିବେ ।

Get real time updates directly on you device, subscribe now.