fbpx
BJD SKY
BJD SKY

(Video) ସାଧାରଣ ସଭାରେ ମୋଦୀ: ଜୟ ଜଗନ୍ନାଥରୁ ଆରମ୍ଭ କଲେ ଅଭିଭାଷଣ

BJD

ଓଡ଼ିଶା ଭାସ୍କର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଓଓଗର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟାନ ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ତେବେ ଏହି ଲୋକାର୍ପଣ ଉତ୍ସବ ସାରି ପ୍ରଧାନମନ୍ତ୍ରୀ ମୋଦୀ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସଭାରେ ସେ ଜୟ ଜଗନ୍ନାଥରୁ ଆରମ୍ଭ କରି ନିଜର ଅଭିଭାଷଣ ରଖିଛନ୍ତି। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ଜୟ ମା ସମଲେଇର ନାରା ମଧ୍ୟ ଦେଇଛନ୍ତି। ଏହା ସହ ସେ ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଅବିଭାଷଣରେ କହିଛନ୍ତି, ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ। ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛିଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ ବୋଲି କହିଛନ୍ତି। ତେବେ ଏହା ସହ ସେ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ‘ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି’ ବୋଲି ସେ କହିଛନ୍ତି। ଆସନ୍ତୁ, ସଂକ୍ଷେପରେ ଜାଣିବା ମୋଦୀ ଆଉ କ’ଣ ସବୁ କହିଛନ୍ତି…

  • ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି ନୂଆ ବଜେଟ
  • କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି
  • ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି
  • ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦି
  • ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି, ୩ କୋଟି ପାଇଁ ଲକ୍ଷ୍ୟ
  • ପୂର୍ବ ସରକାର ଲୋକଙ୍କୁ ଲାଭ ଅପେକ୍ଷା ସ୍ୱୟଂ ଦୁର୍ନୀତିରେ ବୁଡ଼ିଥିଲା
  • ସେତେବେଳେ ଭାରତୀୟ ଯୁବକ ନିରାଶାରେ ବୁଡ଼ି ରହିଥିଲେ
  • ଏବେ ଯୁବକଙ୍କ ପଛରେ ବିଶ୍ୱସ୍ତ ବିଜେପି ସରକାର ଛିଡ଼ା ହୋଇଛି
  • ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁନି
  • କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି
  • ଯାହା ପାଖରେ କାହାର ସାହାରା ନାହିଁ, ତା ପାଖରେ ମୋଦିର ଗ୍ୟାରେଣ୍ଟି ଅଛି
  • ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି
  • ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି
  • ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି
  • ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା ହୋଇଛି
  • କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବନି
  • ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା
  • ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି
  • ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି
  • ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ
  • ଆମ ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି
  • ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି
  • ଆପଣଙ୍କ ରୋଜଗାର ବଢ଼ିବ, ଖର୍ଚ୍ଚ କମିବ, ଆମ ପ୍ରାଥମିକତା
  • ଦେଶବାସୀଙ୍କ ବିଜୁଳି ବିଲ୍‌ ଶୂନ ହେବା ଆମର ଲକ୍ଷ୍ୟ
  • ରୁଫ୍‌ଟପ୍‌ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ
  • ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଚମକିବ
  • ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ
  • ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି
  • ଓଡ଼ିଶାର ହଜାର ହଜାର ଏସ୍‌ଏଚ୍‌ଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି

Get real time updates directly on you device, subscribe now.