fbpx

ପ୍ରାଣ ହରାଇ ପାରନ୍ତି ମାର୍କ ଜୁକରବର୍ଗ! ଏମିତି କାହିଁକି କହିଲା ପ୍ୟାରେଣ୍ଟସ କମ୍ପାନୀ Meta?

ନୂଆଦିଲ୍ଲୀ: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ମୃତ୍ୟୁକୁ ନେଇ ଏକ ପୋଷ୍ଟ ଆଲୋଚନାର ବିଷୟ ପାଲଟିଛି । ଜୁକରବର୍ଗଙ୍କ ବିଭିନ୍ନ ଦୁଃସାହସିକ କାର୍ଯ୍ୟ ବିଷୟରେ ସମସ୍ତେ ଅବଗତ ରହିଛନ୍ତି । ସୋସିଆଲ ମିଡିଆ କମ୍ପାନୀ ପ୍ରସ୍ତୁତ କରିଥିବା ମାର୍କ ଜୁକରବର୍ଗ କେବଳ ଟେକନୋଲୋଜି କ୍ଷେତ୍ରରେ ମାହିର ନୁହେଁ, ବରଂ ସେ ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପସନ୍ଦ କରନ୍ତି । ଜୁକରବର୍ଗ ଜୁଡୋ ଫାଇଟ କରିବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଏହି ନିଶା ପାଇଁ ତାଙ୍କର ମୃତ୍ୟୁ ହୋଇପାରେ ବୋଲି କହିଛି ମେଟା ।

ସବୁବେଳେ ସ୍ମାଇଲ କରୁଥିବା ମାର୍କ ଜୁକରବର୍ଗ ଏକ ବିପଦଜନକ ଲାଇଫଷ୍ଟାଇଲ ବଞ୍ଚିଛନ୍ତି । ଏ ନେଇ ସୋସିଆଲ ମିଡିଆ କମ୍ପାନୀ ମେଟା ପ୍ରକାଶ କରୁଛି । ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଏହି ଖତରନାକ ଲାଇଫଷ୍ଟାଇଲ ପାଇଁ ମେଟାର ସିଇଓ ମାର୍କ ଜୁକରବର୍ଗଙ୍କର ମୃତ୍ୟୁ ହୋଇପାରେ । ଏହି ରିପୋର୍ଟରେ ମେଟା ଲେଖିଛି ଯେ, ଜୁକରବର୍ଗ ଏବଂ ମ୍ୟାନେଜମେଣ୍ଟରେ କିଛି ଅନ୍ୟ ସଦସ୍ୟ ଖୁବ ବିପଦଜନକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛନ୍ତି । ଏଥିରେ କମ୍ପାକ୍ଟ ସ୍ପୋର୍ଟସ, ଏକ୍ସଟ୍ରିମ ସ୍ପୋର୍ଟସ ଏବଂ ରିକ୍ରିଏସନାଲ ଏଭିଏସନ୍ ଇତ୍ୟାଦି ସାମିଲ ରହିଛି । ଏଭଳି କାର୍ଯ୍ୟରେ ଆହତ ହେବା ସହ ମୃତ୍ୟୁ ହେବାର ସମ୍ଭାବନା ଖୁବ ଅଧିକ ରହିଛି ।

ରିପୋର୍ଟ ଅନୁସାରେ, ଯଦି ଜୁକରବର୍ଗ କୌଣସି କାରଣରୁ ଉପଲବ୍ଧ ନ ରୁହନ୍ତି, ତେବେ କମ୍ପାନୀର କାମ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ । କମ୍ପାନୀ ଏହି ରିପୋର୍ଟ ମାଧ୍ୟମରେ ମାର୍କ ଜୁକରବର୍ଗଙ୍କ ବ୍ରାଜିଲର ଜିୟୁ-ଜିତୁ ଫାଇଟ୍ ବିଷୟରେ ପ୍ରକାଶ କରିଥିବା କୁହାଯାଉଛି । ଏଥିରେ ୟୁଏଫସି ମିଡିଲୱେଟ ଚମ୍ପିଆନ୍ ଇସ୍ରାଏଲ୍ ଆଡେସନିଆ ଏବଂ ପୋଡକାଷ୍ଟ ହୋଷ୍ଟ ଲେକ୍ସ ଫ୍ରିଡମ୍ୟାନ୍ଙ୍କ ସହିତ ଅଭ୍ୟାସ କରୁଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ ।

ମାର୍ସଲ ଆର୍ଟସ ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ଖୁବ କମ୍ ରହିଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ଜଣ ଏହିଭଳି ପ୍ରାଣ ହରାଇଛନ୍ତି । ତେବେ ଜୁକରବର୍ଗଙ୍କ ସହ ରିଙ୍ଗରେ ଫାଇଟ କରୁଥିବା ଆଥଲେଟ ମାନଙ୍କ ପାଇଁ ଏହା ଏକ ଚେତାବନୀ ବୋଲି କୁହାଯାଇପାରେ । ମେଟାର ସିଇଓ କେଜ୍ ଭିତରେ ମୃତ୍ୟୁବରଣ କରିବାକୁ ଚାହୁଁଛନ୍ତି ବୋଲି କହିଛି କମ୍ପାନୀ ।

Get real time updates directly on you device, subscribe now.