fbpx
BJD SKY
BJD SKY

ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ: ପ୍ରଧାନମନ୍ତ୍ରୀ ମୋଦୀ

BJD

ଓଡ଼ିଶା ଭାସ୍କର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର IIMର ନୂଆ କ୍ୟାମ୍ପସର ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟାନ ପ୍ରମୁଖ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ତେବେ ଲୋକାର୍ପଣ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ରଖିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣରେ କହିଛନ୍ତି, ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ। ଓଡ଼ିଶା ଲୋକଙ୍କ ପାଇଁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ ଦେଉଛି। ଏଥିରୁ ସମାଜର ସବୁ ବର୍ଗର ଲୋକ ଲାଭ ପାଇବେ। ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ ବୋଲି ସେ କହିଛନ୍ତି । ଏହା ସହ ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଓଡିଶାକୁ ନେଇ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି:-

  • ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ
  • ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ଓଡ଼ିଶାକୁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି
  • ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି
  • ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି
  • ପୁରୀ-ସୋନପୁର ଏକ୍ସପ୍ରେସ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ଗଡ଼ିଲା
  • ସୁବର୍ଣ୍ଣପୁରବାସୀ ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ
  • ନୂଆ ଖଣି ନିୟମ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି

Get real time updates directly on you device, subscribe now.