fbpx
BSKY
BJD SHG SKY
BJD YOUTH SKY

ହ୍ୱାଟସଆପ୍ ବନ୍ଦ କଲା ୬୯ ଲକ୍ଷ ଆକାଉଣ୍ଟ, ଆପଣ ବି ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ଆପଣଙ୍କ ଲାଗି ଆସିଲା ବଡ ଜରୁରୀ ଖବର । ହ୍ୱାଟସଆପ୍ ପକ୍ଷରୁ ଏଥର ଏକ ବଡ ପଦକ୍ଷେପ ନିଆଯାଇଛି । ମେଟାର ମାଲିକାନା ବିଶିଷ୍ଟ ଏହି କମ୍ପାନୀ ପ୍ରାୟ ୬୯ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଦେଇଛି । ଏ ବିଷୟରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲିଷ୍ଟରେ ଆପଣଙ୍କ ହ୍ୱାଟସଆପ୍ ନଂ ବି ଥାଇପାରେ । ଏଣୁ ଆପଣଙ୍କୁ ଏବେ ବହୁତ ସତର୍କ ରହିବାର ଆବଶ୍ୟକତା ରହିଛି ।

ଲଗାତର ଅନଲାଇନ୍ ଫ୍ରଡ୍ ଓ ସ୍କାମ ମାମଲା ବୃଦ୍ଧି ପାଉଥିବାରୁ ହ୍ୱାଟସଆପ୍ ଏପରି ଆକାଉଣ୍ଟ ଉପରେ ସତର୍କତାର ସହିତ ନଜର ରଖୁଛି ଯେଉଁମାନେ କମ୍ପାନୀର ନିୟମ ପାଳନ କରୁନାହାନ୍ତି । କମ୍ପାନୀ ଏ ସଂପର୍କରେ ସୂଚନା ଦେଇ କହିଛି ନୂଆ ଆଇଟି ନିୟମର ଉଲଙ୍ଘନ କରିଥିବା ପ୍ରାୟ ୬୯ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି ।

ହ୍ୱାଟସଆପ୍ କହିଛି କମ୍ପାନୀ ଏହି ପଦକ୍ଷେପ ୨୦୨୩ରେ ଉଠାଇଛି । ମିଳିଥିବା ସୂଚନା ଅନୁସାରେ ୧ ଡିସେମ୍ବର ୨୦୨୪ରୁ ଆରମ୍ଭ କରି ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଆକାଉଣ୍ଟସକୁ ପ୍ରାଇଭେସୀ ପଲିସି ନ ମାନିବା କାରଣରୁ ବ୍ୟାନ କରିଦିଆଯାଇଛି । ଏହି କାରଣରୁ କମ୍ପାନୀ ୬୯,୩୪,୦୦୦ ଆକାଉଣ୍ଟକୁ ବନ୍ଦ କରି ଦେଇଛି ।

ଗତ କିଛିମାସ ମଧ୍ୟରେ ହ୍ୱାଟସଆପ୍ ଫ୍ରଡ୍ ମାମଲା ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଛି । ଅନଲାଇନ୍ ଫ୍ରଡ୍ ବିରୁଦ୍ଧରେ ଏବେ କମ୍ପାନୀ ସମସ୍ତଙ୍କ ଆକାଉଣ୍ଟ ଉପରେ କଡା ନଜର ରଖିଛି । ଡିସେମ୍ବର ପୂର୍ବରୁ ନଭେମ୍ବରରେ ହ୍ୱାଟସଆପ୍ ପ୍ରାୟ ୭୧ ଲକ୍ଷ ଆକାଉଣ୍ଟ ବ୍ୟାନ କରିଦେଇଥିଲା ।

Get real time updates directly on you device, subscribe now.