“କୋଲକାତା RG କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରହିଛି ସ୍ଥାନୀୟ ବିଧାୟକ-କମିଶନରଙ୍କ ହାତ”

ରିଓପନ ହୋଇପାରେ ଅଭୟାକାଣ୍ଡ ଫାଇଲ୍? CBI ଅଫିସ ଗଲେ ଅଭୟାଙ୍କ ପରିବାର। ଆଣିଲେ ସାଂଘାତିକ ଅଭିଯୋଗ।

କୋଲକାତା: ପୁଣି ଚର୍ଚ୍ଚାରେ କୋଲକାତା ଆରଜି କର ଅଭୟା କାଣ୍ଡ। କାରଣ ଆଜି ପୁଣି ଥରେ ଦିଲ୍ଲୀ CBI ଅଫିସ ଯାଇଛନ୍ତି ଅଭୟାଙ୍କ ପରିବାର। ଝିଅକୁ ଉଚିଚ୍ ନ୍ୟାୟ ଦାବିରେ CBI ନିର୍ଦ୍ଦେଶକଙ୍କୁ ଭେଟିଥିବା ସୂଚନା ମିଳିଛି। ଯାହା କୁହାଯାଉଛି ବନ୍ଦ ହୋଇଯାଇଥିବା ଅଭୟା କାଣ୍ଡର ଫାଇଲ୍ ପୁଣିଥରେ ଖୋଲିପାରେ।

ଏପରିକି ଆବଶ୍ୟକ ପଡିଲେ ପୀଡିତାଙ୍କ ପରିବାର ରାଷ୍ଟ୍ରପତିଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିବେ ବୋଲି କହିଛନ୍ତି। ଏହାସହ ସେ ଏକ ବଡ଼ ଅଭିଯୋଗ କରିଛନ୍ତି। କି ଆଜିଯାଏଁ ତାଙ୍କ ଝିଅର ମୃତ୍ୟୁ ସାର୍ଟିଫିକେଟ୍ ମିଳିପାରିନାହିଁ। ଏହାସହ ଅଭୟାଙ୍କ ବାପା ଅଭିଯୋଗ କରିଛନ୍ତି କେବଳ ସଞ୍ଜୟ ନୁହେଁ ଏଥିରେ ସ୍ଥାନୀୟ ବିଧାୟକ ଓ କମିଶନରଙ୍କ ସମ୍ପୃକ୍ତି ରହିଛି।

ପିଡୀତାଙ୍କୁ ନ୍ୟାୟ: ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଘଟଣା। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା। ଏହି ଘଟଣାରେ ତଦନ୍ତ କରୁଥିଲେ CBI। ଆଉ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ। ଯାହାକୁ ଆଜୀବନ କାରାଦଣ୍ଡର ଘୋଷଣା କରାଯାଇଛି।

ହେଲେ ଏଥିରେ ଖୁସି ନାହାନ୍ତି ପୀଡିତାଙ୍କ ପରିବାର। ପରିବାରର ଦାବି ତାଙ୍କ ଝିଅକୁ ଉଚିତ୍ ନ୍ୟାୟ ମିଳୁ। ଆଉ ହତ୍ୟା ଘଟଣାରେ ଯିଏ ଯିଏ ସମ୍ପୃକ୍ତି ଅଛନ୍ତି ସମସ୍ତଙ୍କୁ ଗରିଫ କରାଯାଉ। ଏହାସହ ସଞ୍ଜୟକୁ ଫାସୀ ଦଣ୍ଡ ମିଳୁ। ଆଉ ସେଥିପାଇଁ ପୁଣିଥରେ CBI ଅଫିସ ଯାଇଛନ୍ତି ଅଭୟାଙ୍କ ପରିବାର। ଯାହା କୁହାଯାଉଛି ପୁଣିଥରେ ଅଭୟାଙ୍କ ଫାଇଲ୍ ରିଓପନ ହୋଇପାରେ।

ଦୁଷ୍କର୍ମ ପରେ ହତ୍ୟା: ଗତ ବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା।

ଯାହାକି ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ସବୁ ଆଡୁ ପୀଡିତାଙ୍କୁ ନ୍ୟାୟ ଦାବି ହେଉଥିଲା।  ଘଟଣାର ୬ ଘଣ୍ଟା ମଧ୍ୟରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା। ତେବେ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନେକ ତ୍ରୁଟି କରିଥିବା ହୃଦୟଙ୍ଗମ କରି ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

କୋଲକାତା ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ୍‌ ସଞ୍ଜୟ ରୟକୁ ଜେରା କରିବା ମାତ୍ରେ ସେ ତା’ର ଅପରାଧକୁ ସ୍ୱୀକାର କରି ନେଇଥିଲା। ସେ କୌଣସି ପଶ୍ଚାତାପ କରି ନ ଥିଲା। ବେଧଡ଼କ ଅନ୍ଦାଜରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପୋଲିସ୍‌କୁ ସେ କହୁଥିବା ଶୁଣିବାକୁ ମିଳିଥିଲା।

କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପୂରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଫେଡେରେସନ ଅଫ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଥିଲା। ଏଥିପାଇଁ ସମସ୍ତ ମେଡିକାଲରେ OPD ସେବା ପ୍ରଭାବିତ ହୋଇଥିଲା।