fbpx

(Video) ହୀରାକୁଦରୁ ବନ୍ୟା ପାଣି ଆମ ଆଡ଼କୁ ମାଣି ଆସୁଛି… ଦୟାକରି ଆମକୁ ବଞ୍ଚାଅ… ଆମ ଘରଦ୍ୱାର ସବୁ ବୁଡ଼ିଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୩ ତାରିଖରେ ହୀରାକୁଦ ନଦୀବନ୍ଧର ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା । ୭ ନମ୍ବର ଗେଟ ଦେଇ ଜଳକୁ ନିଷ୍କାସନ କରାଯାଇଥିଲା । ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ପାଇଁ ଗତ ୨୦ ତାରିଖରେ ଡ୍ୟାମ୍ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଜଳଭଣ୍ଡାରରେ ଅହେତୁକ ଭାବେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଜଳ ଛାଡ଼ିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ସହିତ ୧୪ଟି ଜିଲ୍ଲାବାସୀଙ୍କ ପାଇଁ ସତର୍କ ଜାରି କରିଥିଲେ ।

ତେବେ ଏହା ମଧ୍ୟରେ ହୀରାକୁଦ ନଦୀବନ୍ଧରେ ପୁଣି ଆଉ ୩ଟି ଗେଟରେ ପାଣି ଛଡ଼ା ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୫ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେ ଆଉ ୩ଟି ଗେଟ୍ ଖୋଲାଯାଇଛି । ଏପରି ଭାବେ ବର୍ତ୍ତମାନ ୮ଟି ଗେଟ୍ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟା ଜଳ ବଢ଼ିବାରେ ଲାଗିଥିବା ବେଳେ ତାହାକୁ ରୋକିବା ମୁସ୍କିଲ ହୋଇପଡ଼ିବାରୁ ଧୀରେଧୀରେ ଗେଟ୍ ଖୋଲାଯାଉଛି ।

ତେବେ ଡ୍ୟାମରୁ ଜଳ ଛଡ଼ାଯିବା ପରେ ଏବେ ଜନସାଧାରଣଙ୍କ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଛି । ଜଳସ୍ତର ବଢ଼ିବାରେ ଲାଗିଥିବାରୁ ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ନଦୀବନ୍ଧ ସବୁ ନଷ୍ଟ ହୋଇଯାଇଥିବା ବେଳେ ବନ୍ୟା ଜଳ ଘରଦ୍ୱାର ଭସାନେଇ ନେଇଯିବା ନେଇ ସାନମୁଣ୍ଡଳୀ ଅଞ୍ଚଳର କିଛି ବାସିନ୍ଦା ଆଶଙ୍କା ପ୍ରକାଶ କରିଛନ୍ତି । ରାତିରେ ସେମାନେ ନା ଭଲରେ ଖାଇପାରୁଛନ୍ତି ନା ଭଲରେ ଶୋଇପାରୁଛନ୍ତି । କେବଳ ଛୁଆପିଲାଙ୍କୁ ଧରି ପଡ଼ରହିିଛନ୍ତି । ବନ୍ଧ ଉପରେ ସେମାନେ ଘର କରି ରହିଥିବାରୁ ଡ୍ୟାମ ପାଣି ଛାଡ଼ିବା ଫଳରେ ସାପ, ବେଙ୍ଗ ସବୁ ଘରଦ୍ୱାର ଭିତରେ ପଶିଯାଉଛନ୍ତି । ତେଣୁ ସରକାର ଏ ଦିଗରେ କିଛି ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.