fbpx

ଲକ ଡାଉନରେ ଅଜବ ସଉକ ,ଡ୍ରେସ ଖୋଲ ତକିଆ ପିନ୍ଧ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଲକ ଡାଉନରେ ନିଜ ନିଜ ମଧ୍ୟରେ ସମ୍ପର୍କ ରଖିବାକୁ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ । ସୋସିଆଲ ମିଡିଆର ବ୍ୟପକତାକୁ ଦେଖି କରୋନା ସଚେତନାତା ପାଇଁ ଦିଆଯାଉଛି ଅନେକ ବର୍ତ୍ତା । କିନ୍ତୁ ଏହି ସୋସିଆଲ ମିଡିଆକୁ ଲୋକେ ଏମତି ଅଲଗା ଢ଼ଙ୍ଗରେ ବ୍ୟବହାର କରୁଛନ୍ତି ତହା ଜାଣିଲେ ଆପଣ ବି ହୋଇଯିବେ ତାଜୁବ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିରେ ରହିଛି ପିଲୋ ଚ୍ୟାଲେଂଜ । ଯାହାର ଅର୍ଥ ହେଉଛି ନିଜ ଡ୍ରେସ ଖୋଲି ତକିଆକୁ ଡ୍ରେସ ଭାବେ ବ୍ୟବହାର କରି ସେସିଆଲ ମିଡିଆରେ ପୋଷ୍ଟ କରିବା ।

ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାର ଏବେ ଏହି ପିଲୋ ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି । ବଲିଉଡରେ ପ୍ରଥମେ ଗାୟିକା ନେହା କକ୍କଡ ଏହି ଚ୍ୟାଲେଂଜ ଆକସେପ୍ଟ କରିଥିଲେ । ପରେ ଏହା ଟ୍ରୋଲ ହେବାରେ ଲାଗିଲା । ଜଣଙ୍କ ପରେ ଜଣେ ବଲିଉଡ ବ୍ୟୁଟି ନିଜ ତକିଆ ପିନ୍ଧା ଫଟୋ ଅପଲୋଡ କରିବାରେ ଲାଗିଲେ ।

ଏବେ ତମନ୍ନା ଭାଟିଆ, ପାୟଲ ରାଜପୁତ ବି ଏହି ଚ୍ୟାଲେଂଜ ଅକସେପ୍ଟ କରି ଇନଷ୍ଟାଗ୍ରାମରେ ଚହଳ ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.