fbpx

ସାପ ସାଲୁବାଲୁ, ଗୋଟେ ନୁହେଁ କି ଦୁଇଟି ନୁହେଁ

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର):ଯୋଉଠିବି ହେଉ ସାମ୍ନାରେ ସାପ ଦେଖିଲେ ଆଗକୁ ବଢୁଥିବା ପାଦ ଅଟକି ଯାଏ। ମନରେ ଉଙ୍କିମାରେ ଭୟ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯୋଉଠି ଉଦ୍ଧାର ହୋଇଛି ୬୦ରୁ ଉର୍ଦ୍ଧ୍ବ ସାପଛୁଆ। ଯାହାକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁର। ଜନୈକ ବ୍ୟକ୍ତିଙ୍କ ଘରେ ଥିବା ଖତଗଦା ନିକଟରେ ଗ୍ରାମର ଛୋଟପିଲାମାନେ ଖେଳୁଥିବା ବେଳେ ମେଞ୍ଚାଏ ଅଣ୍ଡା ଦେଖିବାକୁ ପାଇଥିଲେ। ବୟସ୍କ ଲୋକଙ୍କୁ ଜଣାଇବାରୁ ସାପ ଅଣ୍ଡା ବୋଲି ସନ୍ଦେହ କରି ସଙ୍ଗେ ସଙ୍ଗେ ଅଭିଜ୍ଞ ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସେଠାରୁ ୬୦ରୁ ଉର୍ଦ୍ଧ୍ବ ସାପଛୁଆ ଉଦ୍ଧାର କରିଥିଲେ। ଯାହା ଗ୍ରାମର ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ପରେ ଉଦ୍ଧାର ସାପଛୁଆ ଗୁଡିକ ନେଇ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଦେଇ ଥିଲେ।

Get real time updates directly on you device, subscribe now.