fbpx

ମେ ୩୧ ଯାଏଁ ଦେଶରେ ବଢିବ ଲକ୍-ଡାଉନ!

ନୂଆଦିଲ୍ଲୀ,୧୭ ।୫: ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢିପାରେ । ଲକ୍-ଡାଉନ୍-୪ରେ ୧୪ ଦିନ ପାଇଁ ବନ୍ଦ ରହିବ ସାରା ଦେଶ । ଆଉ କିଛି ସମୟ ମଧ୍ୟରେ ଗାଇଡଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନରେ କିଛି ନିୟମ କୋହଳ କରାଯିବ । ଜାତୀୟ ଗଣମାଧ୍ୟମରେ ଅବଧି ବୃଦ୍ଧି ନେଇ ଖବର ଦିଆଯାଇଛି ।

କୋରୋନା ଯୋଗୁଁ ଦେଶରେ ୩ ଥର ଘୋଷଣା ହୋଇଛି ଲକ୍‌ଡାଉନ। ୩ଟି ପର୍ଯ୍ୟାୟର ଲକ୍‌-ଡାଉନ ଯଥାକ୍ରମେ ୨୧ ଦିନ, ୧୯ ଦିନ ଓ ୧୪ ଦିନ ପାଇଁ ଥିଲା । ମାର୍ଚ ୨୫ରୁ ଏପ୍ରିଲ ୧୪ ଯାଏ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ରହିଥିବା ବେଳେ ଏପ୍ରିଲ ୧୫ରୁ ମେ ୩ ଯାଏ ଥିଲା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ। ସେହିପରି ମେ ୪ରୁ ମେ ୧୭ ଯାଏ ଘୋଷଣା ହୋଇଥିଲା ଲକ୍‌ଡାଉନ-୩.୦ ।

Get real time updates directly on you device, subscribe now.