fbpx

ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍

ନୂଆଦିଲ୍ଲୀ: ବଢୁଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛିି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ରାଜ୍ୟରେ ଆଉ ଏକ ସପ୍ତାହ ପଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଜୁନ୍ ୧୪ ସକାଳ ୬ଟା ଯାଏ ରାଜ୍ୟରେ ଲକଡାଉନ ବଳବତ୍ତର ରହିବ । କେତେକ କ୍ଷେତ୍ରରେ କଟକଣା କୋହଳ ହୋଇଥିବା ସୂଚନା ମିଳିଛି ।

ତେବେ କରୋନା ସଙ୍କଟ ପାଇଁ ତାମିଲନାଡୁରେ ପୂର୍ବରୁ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିଲା । ପରେ ପୁଣି ୭ ଜୁନ୍ ଓ ଏବେ ୧୪ ଜୁନ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଏହି ସମୟରେ ରାଜ୍ୟରେ କ୍ଷୀର, ଔଷଧ, ପାଣି ଓ ଖବରକାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି । ଏହା ସହ ପନିପରିବା ଓ ଫଳ ବିକ୍ରି ଉପରେ କଟକଣାକୁ କୋହଳ କରାଯାଇଛି ।

Get real time updates directly on you device, subscribe now.