fbpx

ବଢିଲା ଲକଡାଉନ୍ ଅବଧି: ପଢନ୍ତୁ ପୂରା ଖବର

ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆପାତତଃ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଲକ୍ଡାଉନ୍ ଅବଧିକୁ ବଢାଇଛି ଆଉ ଏକ ରାଜ୍ୟ । ରବିବାର ହରିୟାଣା ସରକାର ଲକଡାଉନ ଅବଧିକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଜୁଲାଇ ୫ ତାରିଖ ଭୋର ୫ଟା ଯାଏଁ ଲକଡାଉନ୍ ବଢାଇଛନ୍ତି ହରିଆଣା ସରକାର । ଜୁନ୍ ୨୮ରେ ହରିଆଣାରେ ଲକଡାଉନ୍ ଶେଷ ହୋଇଥାନ୍ତା । ହରିଆଣା ମୁଖ୍ୟ ଶାସନ ସଚିବ ବିଜୟୀ ବର୍ଦ୍ଧନ ରବିବାର ଏହି ଘୋଷଣା କରିଛନ୍ତି ।

ଲକଡାଉନ ଜାରି କରାଯାଇଥିଲେ ହେଁ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସାମାଜିକ ଦୂରତ୍ୱ ନିୟମ ସହିତ ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସମସ୍ତ ଅଙ୍ଗନବାଡି ଗୁଡିକୁ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.