fbpx

ପାକ୍ ସୀମାରେ ହୋଇଥିଲା ଡ୍ରୋନ୍ ଆକ୍ରମଣର ଷଡଯନ୍ତ୍ର: ଦିଲବାଗ ସିଂ

ଜମ୍ମୁ କଶ୍ମୀର(ଓଡ଼ିଶା ଭାସ୍କର): ଜମ୍ମୁ କଶ୍ମୀରରେ ହୋଇଥିବା ଡ୍ରୋନ୍ ଆକ୍ରମଣର ଷଡଯନ୍ତ୍ର ଭାରତ-ପାକିସ୍ତାନ ସୀମାରେ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂ ସୂଚନା ଦେଇଛନ୍ତି । ଏକ ଡ୍ରୋନ୍କୁ ଆଇଇଡି ବିସ୍ଫୋରକ ଭାବରେ ବ୍ୟବହୃତ କରାଯାଇଥିବା ନେଇ ଦିଲବାଗ ସୂଚନା ଦେଇଛନ୍ତି । ଡ୍ରୋନ୍ର କିଛି ଅଂଶ ବିସ୍ଫୋରଣ ସ୍ଥଳରୁ ଉଦ୍ଧାର କରାଯାଇଥିବା ବେଳେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଜମ୍ମୁ ପୋଲିସ୍ ପକ୍ଷରୁ ୫-୬ କିଗ୍ରା ଆଇଇଡି ବିସ୍ଫୋରକ ଜବତ କରିବା ସହିତ ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି ବୋଲି ଦିଲବାଗ କହିଛନ୍ତି । ଲସ୍କର ଏ ତୋଏବା ଏହି ଆକ୍ରମଣ ପଛରେ ରହିଥିବା ବେଳେ ଜନଗହଳି ସ୍ଥାନରେ ବିସ୍ଫୋରଣର ଲକ୍ଷ୍ୟ ରହିଥିା ଦିଲବାଗ କହିଛନ୍ତି । ବିସ୍ଫୋରଣ ସମ୍ପର୍କରେ ଅଧିକ ସୂଚନା ପାଇଁ ପୋଲିସ୍, ବାୟୁସେନା ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୀମାରେ ବିସ୍ଫୋରଣର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଅଟକ ରଖାଯାଇଥିବା ଦିଲବାଗ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.