fbpx

ଶିଶୁକନ୍ୟାକୁ ଚକୋଲେଟ୍‌ ବାହାନାରେ ଡାକିନେଲା… ହେଲେ କଲବଲ କରି ବନ୍ଧାହେଲା

ଯାଜପୁର(ଓଡ଼ିଶା ଭାସ୍କର): ପୁଣି ଲଜ୍ଜା। କଅଁଳ କୋମଳମତି ଶିଶୁକୁ ଅତ୍ୟାଚାର କରିବାକୁ ପଛାଇନାହିଁ ଜଣେ ନଷ୍ଟ ପ୍ରବୃତ୍ତିର ବ୍ୟକ୍ତି। ଚକୋଲେଟ୍ ଦେବ ବୋଲି ଆଳ ଦେଖାଇ ୫ ବର୍ଷର ନିରୀହ ଶିଶୁ କନ୍ୟାକୁ କଲବଲ କରିଦେଇଛି। ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ପୋଲିସ୍‌ ଉକ୍ତ ବ୍ୟକ୍ତିକୁ ଗିରଫ ମଧ୍ୟ କରିଛି।

ଏଭଳି ଲଜ୍ଜାଜନକ ଘଟଣା ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ଶିଶୁକନ୍ୟା ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ପ୍ରଫୁଲ୍ଲ ପଣ୍ଡା ନାମକ ବ୍ୟକ୍ତି ତାକୁ ଚକୋଲେଟ ଦେବ ବୋଲି ଡାକିନେଇ  ଦୁଷ୍କର୍ମ କରିଥିଲା । କୁନି ଝିଅ ଚିତ୍କାର କରିବାରୁ ସେ ସେଠାରୁ ଖସି ପଳାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତ ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରିଛି ପୋଲିସ୍‌।

Get real time updates directly on you device, subscribe now.