fbpx

ରିଅଲ୍‌ମି ସ୍ମାର୍ଟ ଟିଭି ଫୁଲ୍‌ ଏଚ୍‌ଡି ୩୨ ଇଞ୍ଚ ଓ ରିଅଲ୍‌ମି ବଡ୍‌ସ କ୍ୟୁ୨ର ଶୁଭାରମ୍ଭ, ଆସନ୍ତାକାଲି ରିଅଲ୍‌ମି ଡଟ୍‌ କମ୍‌ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ୫ଜି ସକ୍ଷମ ସ୍ମାର୍ଟ ଫୋନ୍‌ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ, ରିଅଲ୍‌ମି ପକ୍ଷରୁ ଏହାର ନାର୍‌ଜୋ ଫ୍ୟାମିଲିରେ ଦୁଇଟି ନୂତନ ଉତ୍ପାଦ ରିଅଲ୍‌ମି ନାର୍‌ଜୋ ୩୦, ୫ଜି ଓ ରିଅଲ୍‌ମି ନାର୍‌ଜୋ ୩୦ର ଶୁଭାରମ୍ଭ କରାଯାଇଛି । ଏଥି ସହିତ ରିଅଲ୍‌ମି ସ୍ମାର୍ଟ ଟିଭି ଫୁଲ୍‌ଏଚ୍‌ଡି ୩୨ ଇଞ୍ଚ୍‌ ଓ ରିଅଲ୍‌ମି ବଡ୍‌ସ କ୍ୟୁ୨ର ମଧ୍ୟ ଶୁଭାରମ୍ଭ କରାଯାଇଛି ।ସବୁଠାରୁ ସୁଲଭ ୬ ଜିବି ୫ଜି ସ୍ମାର୍ଟ ଫୋନ୍‌ ରିଅଲ୍‌ମି ନାର୍‌ଜୋ ୩୦,୫ଜି ଏବଂ ପୂର୍ବରୁ କେବେ ଆସିନଥିବା ଏକ ମୂଲ୍ୟରେ ଏକ ଶକ୍ତିଶାଳୀ ଜି୯୫, ରିଅଲ୍‌ମି ନାର୍‌ଜୋ ୩୦ ଉପଭୋକ୍ତାମାନଙ୍କୁ ଶୀର୍ଷସ୍ତରର ପ୍ରଦର୍ଶନ ଅନୁଭୂତି ପାଇଁ ସକ୍ଷମ କରିବ ଏବଂ ୫ଜି ପ୍ରଶଂସକ ଓ ଯୁବଖେଳାଳିମାନଙ୍କୁ ଆକର୍ଷିତ କରିବ ।

ସେହିପରି ରିଅଲ୍‌ମି ସ୍ମାର୍ଟଟିଭି ଫୁଲ୍‌ଏଚ୍‌ଡି ୩୨ ଇଞ୍ଚ୍‌ ଉପଭୋକ୍ତାଙ୍କୁ ଏକ ଅଲ୍ଟିମେଟ୍‌ ଦୃଶ୍ୟତା ଅନୁଭୂତି ପ୍ରଦାନ କରିବ ଏବଂ ଆକ୍ଟିଭ୍‌ ନଏଜ୍‌ କ୍ୟାନ୍ସେଲେଶନ (ଏଏନ୍‌ସି)କୁ ସପୋର୍ଟ କରୁଥିବା ନୂଆ ରିଅଲ୍‌ମି ବଡ୍‌ସ କ୍ୟୁ୨ ଉପଭୋକ୍ତାଙ୍କୁ ଶାନ୍ତିଭଙ୍ଗ ନକରି ସଙ୍ଗୀତ କିମ୍ବା କାର୍ଯ୍ୟରେ ନିଜକୁ ନିମଜ୍ଜିତ କରିବା ପାଇଁ ସକ୍ଷମ କରିଥାଏ । ଏହାର ପ୍ରଥମ ସେଲ୍‌ ଆସନ୍ତା ଜୁନ୍‌ ୨୯ ତାରିଖ ଦିନ ୧୨ଟାରୁ ରିଅଲ୍‌ମି ଡଟ୍‌ କମ୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ ଲାଇନ୍‌ ଚ୍ୟାନେଲ୍‌ଗୁଡିକରେ ଆରମ୍ଭ ହେବାକୁ ଯାଉଛି ।

ଏହି ଉନ୍ମୋଚନ ଅବସରରେ ରିଅଲ୍‌ମିର ଉପାଧ୍ୟକ୍ଷ ଏବଂ ରିଅଲ୍‌ମି ଇଣ୍ଡିଆ ଓ ୟୁରୋପର ସିଇଓ, ମାଧବ ସେଠ୍‌ କହିଛନ୍ତି ଯେ, “ରିଅଲ୍‌ମିର ଅତ୍ୟାଧୁନିକ ଉଦ୍ଭାବନଗୁଡିକ ଉପରେ ଆଧାରିତ ୪ଟି ନୂତନ ବୈଷୟିକ ଭାବେ ଉନ୍ନତ ଉତ୍ପାଦ ଶୁଭାରମ୍ଭ କରି ଆମେ ଅଧିକ ଆନନ୍ଦିତ ।

Get real time updates directly on you device, subscribe now.