fbpx

ଆର୍ଚ୍ଚେରୀ ବିଶ୍ୱକପ୍: ସ୍ୱର୍ଣ୍ଣ ଜିତିଲେ ଅତନୁ-ଦୀପିକା

ନୂଆଦିଲ୍ଳୀ(ଓଡ଼ିଶା ଭାସ୍କର): ଆର୍ଚ୍ଚେରୀ ବିଶ୍ୱକପ୍ ଷ୍ଟେଜ୍-୩ରେ ମିକ୍ସଡ୍ ଟିମ୍ ସ୍ୱର୍ଣ୍ଣ ଜିତିଛନ୍ତି ଅତନୁ ଦାସ ଓ ଦୀପିକା କୁମାରୀ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ନେଦରଲାଣ୍ଡସର ସେଫ୍ ଭାନ୍ ଡେନବର୍ଗ ଓ ଗାବ୍ରିଏଲା ସୋଲେସରଙ୍କୁ ୫-୩ରେ ପରାସ୍ତ କରି ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ଭାରତୀୟ ଦମ୍ପତ୍ତି । ଏକଦା ୦-୨ରେ ପଛୁଆ ରହିଥିବା ଅତନୁ-ଦୀପିକା ଚମକ୍ରାର ପ୍ରତ୍ୟାବର୍ତ୍ତନ କରି ୫-୩ରେ ବିଜୟୀ ହୋଇଥିଲେ । ମିକ୍ସଡ ଇଭେଣ୍ଟରେ ଉଭୟ ଖେଳାଳିଙ୍କର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପଦକ ଆଶା ଅତନୁ-ଦୀପିକାଙ୍କ ଏହି ପ୍ରଦର୍ଶନ ଭାରତୀୟ ଫ୍ୟାନଙ୍କୁ ଉତ୍ସାହିତ କରିଛି ।

ଏହା ପୂର୍ବରୁ ଭାରତ ମହିଳା ରିକର୍ଭରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀପିକା କୁମାରୀଙ୍କ ସମେତ ଅଙ୍କିତା ଭକତ ଓ କୋମଲିକା ବରୀଙ୍କ ମହିଳା ଦଳ ନିଜର ପ୍ରଥମ ବିଶ୍ୱ ଚାମ୍ପିଅନଶିପ୍ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହା ସହିତ ବ୍ୟକ୍ତିଗତ ମହିଳା ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା ।

Get real time updates directly on you device, subscribe now.