fbpx

ମାଟ୍ରିକ୍ ମାର୍କରେ ତ୍ରୁଟି, ହିନ୍ଦୀରେ ମାର୍କ ଦେବା ବଦଳରେ ସଂସ୍କୃତରେ ମାର୍କ

ଚଳିତ ବର୍ଷ କୋଭିଡ କାରଣରୁ ହୋଇପାରିନାହିଁ ଦଶମ ବୋର୍ଡ ପରୀକ୍ଷା । କିନ୍ତୁ ବୋର୍ଡ ପକ୍ଷରୁ ପିଲାଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ଦିଆଯାଇଛି ମାର୍କ । ହେଲେ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦିଆଯାଇଥିବା ମାର୍କରେ ତ୍ରୁଟି ଥିବା ନେଇ ଅଭିଯୋଗ ଆଣିଛନ୍ତି ଖଲ୍ଲିକୋଟ ମଞ୍ଜରୀ ବାଳିକା ହାଇସ୍କୁଲର ଛାତ୍ରୀ ।

ସୂଚନା ଅନୁଯାୟୀ ମଞ୍ଜରୀ ବାଳିକା ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶିନୀ ହିନ୍ଦୀ ବିଷୟ ପଢ଼ୁଥିବା ବେଳେ ତାଙ୍କର ସଂସ୍କୃତରେ ମାର୍କ ଆସିଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀ ଏବଂ ଅଭିଭାବକ । ଏହା ସହ ପୁଣି ଥିରେ ମାର୍କ ଟାବୁଲେସନ କରି ସଠିକ ମାର୍କ ଦେବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.