fbpx

ଆସନ୍ତା ମାସରୁ ରାଜ୍ୟରେ ଲାଗୁ ହୋଇପାରେ ୧୫ ଦିନିଆ ଲକଡାଉନ୍: ମୁଖ୍ୟମନ୍ତ୍ରୀ ଆଜି ନେବେ ନିଷ୍ପତ୍ତି

ମୁମ୍ବାଇ, ୨୮ା୪: କରୋନା ସଂକ୍ରମଣ ବୃଦ୍ଧି ଜନସାଧାରଣ ଓ ସରକାରଙ୍କ ନିଦ ହଜାଇ ଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ୧୫ ଦିନ ପାଇଁ ଲକଡାଉନ୍ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଆସନ୍ତା ମେ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଲାଗୁ ହୋଇପାରେ । ମିନି ଲକଡାଉନ ଲାଗୁ ହେବା ପରେ ମଧ୍ୟ ସଂକ୍ରମଣ ହ୍ରାସ ପାଉନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

ରାଜ୍ୟରେ ୧୫ ଦିନିଆ ଲକଡାଉନ ଲାଗୁ ନେଇ ଜଣେ ମନ୍ତ୍ରୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କରୋନା ଥମିବାର ନାଁ ଧରୁନଥିବାରୁ ଲକଡାଉନର ସମୟସୀମାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଜଣକ କହିଛନ୍ତି । ଦୈନିକ ସଂକ୍ରମଣ ସଂଖ୍ୟା ୩୫ରୁ ୪୦ ହଜାରରୁ ଆଦୌ କମୁନାହିଁ । ତେଣୁ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲାଗୁ ନେଇ ସରକାର ସମୀକ୍ଷା କରୁଛନ୍ତି । ରାଜ୍ୟରେ ଦିନକରେ ୬୬ହଜାର ୩୫୮ ପଜିଟିଭ ଚିହ୍ନଟ ହେବା ସହ ୮୯୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ମୋଟ ମୃତ୍ୟୁସଂଖ୍ୟା ୬୬ ହଜାର ୧୭୯ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୧୦ ହଜାର ୮୫ରେ ପହଞ୍ଚିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.