fbpx

ଓଡ଼ିଶାରୁ ହଟିବ ତାଲାବନ୍ଦ! ୧୨ଟି ଜିଲ୍ଲା ଅନଲକ୍ ହେବା ନେଇ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେବେ ହେବ କୋହଳ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଭିଡିଓ କନଫରେନ୍ସିଂରେ କୋଭିଡ ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଥିବା ଜଣାପଡ଼ିଛି । ତେବେ ଏ ବିଷୟରେ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି ଜଣାପଡ଼ିଛି ।

ରାଜ୍ୟର ୧୨ଟି ଜିଲ୍ଲାରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ତେଣୁ ଏହି ଅଞ୍ଚଳଗୁଡ଼ିକରେ କଟକଣା କୋହଳ କରାଯାଇପାରେ । ରାଜ୍ୟରେ ପଜିଟିଭ୍ ସଂଖ୍ୟା କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବ ବୋଲି କହିଥିଲେ । ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭ୍ ରେଟ୍ ଅଧିକ ରହିଛି, ସେ ଅଞ୍ଚଳ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.