fbpx

ନୂଆ ୱେବ୍‌ସାଇଟ୍‌ ଲଞ୍ଚ ଆୟକର ବିଭାଗ, ଏଣିକି ସହଜ ହେବ ଇ-ଫାଇଲିଂ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବ୍‌ସାଇଟ ଆରମ୍ଭ କରିଛି । କରଦାତାଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିବ । ଏହା ବ୍ୟତୀତ ଇ-ଫାଇଲିଂର ସରଳୀକରଣ ହେବା ସହ କରଦାତାଙ୍କ ପାଇଁ କିଛି ଆଧୁନିକ ସୁବିଧା ଏହି ୱେବସାଇଟରେ ଯୋଗାଇ ଦିଆଯାଇଛି । ପୂର୍ବରୁ କୌଣସି ଟିକସ ଦାତା ବିଭାଗୀୟ ୱେବସାଇଟ ମାଧ୍ୟମରେ ଆୟକର ଫେରସ୍ତ ଦାଖଲ (ଆଇଟିଆର) ପାଇଁ ଆବେଦନ କରୁଥିବାବେଳେ ଅଧିକ ସମୟ ଲାଗୁଥିଲା । ବେଳେବେଳ ଏହି ସାଇଟ୍‌ ଅଚଳ (ହ୍ୟାଙ୍ଗ୍‌) ହୋଇ ପଡ଼ୁଥିଲା ।

ସେହିପରି ଟିକସ ଫେରସ୍ତ(ରିଫଣ୍ଡ) ପାଇଁ ଦୀର୍ଘ ଦିନ ଲାଗି ରହୁଥିଲା । ଏହାର ସରଳୀକରଣ ପାଇଁ ବହୁ ଟିକସ ଦାତା ଆୟକର ବିଭାଗକୁ ଜଣାଇଥିଲେ । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗତକାଲି ରାତି ୮ଟା୨୨ ମିନିଟ୍‌ରୁ ଏହି ନୂଆ ୱେବସାଇଟ ସେବା ଯୋଗାଇବା ଆରମ୍ଭ କରିଛି । ଜଣେ ଟିକସଦାତା ମୋବାଇଲରେ ନୂତନ ୱେବସାଇଟ (www.incometax.gov.in) କୁ ଖୋଲି ଟିକସ ଫେରସ୍ତ ଦାଖଲ ସହ ଅନ୍ୟାନ୍ୟ ତଥ୍ୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପାଇପାରିବେ । ତେବେ ଏହି ୱେବସାଇଟ ଏବେ କମ୍ପ୍ୟୁଟରରେ ଖୋଲିବ ନାହିଁ । ଏଥିରେ ଅଧିକ ନୂଆ  ଫିଚର ଯୋଡ଼ା ଯାଇଥିବା ଆୟକର ବିଭାଗ କହିଛି ।

ଜଣେ ଉପଭୋକ୍ତା ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ଆରଟିଜିଏସ ଓ ଏନଇଏଫଟି ମାଧ୍ୟମରେ ଟିକସ ପଇଠ (ଟ୍ୟାକ୍ସ ପେମେଣ୍ଟ) କରିପାରିବେ । ଆୟକର ବିଭାଗର ୱେବ ପୋର୍ଟାଲ ପରେ ଆଗକୁ ଏହାର ‘ଆପ’ ବିକଶିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ୱେବସାଇଟ୍‌ରେ ଆଇଟିଆର-୧ ଓ ୪ (ଅନ୍‌ଲାଇନ ଓ ଅଫଲାଇନ୍‌), ଆଇଟିଆର-୨ (ଅଫଲାଇନ୍‌) ଦାଖଲ କରୁଥିବା ଟିକସ ଦାତାଙ୍କ ପାଇଁ ତାଲିମ ବ୍ୟବସ୍ଥା ରହିଛି ।

ଏହା ବ୍ୟତୀତ ଏ ସଂକ୍ରାନ୍ତରେ ଏକ ସଫ୍ଟୱେୟାର ରହିଛିଟ୍ଟ ଯାହାକୁ ଟିକସ ଦାତାମାନେ ମାଗଣାରେ ଡାଉନଲୋଡ କରିପାରିବେ । ଆଜିଠାରୁ ମୋବାଇଲରେ
ଏହି ୱେବସାଇଟ୍‌ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଚଳିତ ମାସ ୧୮ ତାରିଖ ଠାରୁ ଏଥିରେ ଆଇଟିଆର ଦାଖଲ ହେବା ଆରମ୍ଭ କରାଯିବ ବୋଲି ଆୟକର
ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.