fbpx

କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କୋରୋନାର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟ ମଧ୍ୟରେ ଏକ ନୂଆ ଆତଙ୍କ ସାମନାକୁ ଆସିଛି । ପୁଣେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କୋଭିଡର ଏକ ନୂତନ ଭାରିଏଣ୍ଟ ବି.୧.୧.୨୮.୨ ଚିହ୍ନଟ କରିଛି । ବ୍ରିଟେନ ଏବଂ ବ୍ରାଜିଲରୁ ଭାରତ ଆସିଥିବା ଲୋକଙ୍କ ମଧ୍ୟରେ ଏହି ଭାରିଏଣ୍ଟ ଦେଖିବାକୁ ମିଳିଛି ।କରୋନାର ଏହି ନୂତନ ଭ୍ୟାରିଏଣ୍ଟ ଅଧିକ ବିଜ୍ଜନକ । କାରଣ ଏହା ସଂକ୍ରମିତ ଲୋକଙ୍କଠାରେ ଭୟଙ୍କର ଲକ୍ଷଣ ସୃଷ୍ଟି କରିାରେ ।

ଏନ୍‌ଆଇଭିର ଅନୁସନ୍ଧାନ ଅନୁଯାୟୀ, ଏହି ଭାରିଏଣ୍ଟ ରୋଗୀଙ୍କୁ ଗୁରୁତର ଅସୁସ୍ଥ କରିପାରେ । ଏହି ଭ୍ୟାରିଏଣ୍ଟ ବିରୁଦ୍ଧରେ କୋଭାକ୍ସିନ୍‌ ଟିକା ପ୍ରଭାବଶାଳୀ । ଅଧ୍ୟୟନ
ଅନୁଯାୟୀ, ଦୁଇ ପ୍ରକାର ଟିକା ଦ୍ୱାରା ଉତ୍ପାଦିତ ଆଣ୍ଟିବଡି ଏହି ଭ୍ୟାରିଏଣ୍ଟକୁ ଦୂର କରିବାରେ ପ୍ରଭାବଶାଳୀ । ଏଥିରେ ସଂକ୍ରମିତ ହେବାର ୭ ଦିନ ମଧ୍ୟରେ ଶରୀରରେ ଉପସ୍ଥିତ ଥିବା ଆଣ୍ଟିବଡିଗୁଡିକ କ୍ରମାଗତ ହ୍ରାସ ଘଟିଥାଏ ।

Get real time updates directly on you device, subscribe now.