fbpx

୧୦%ରୁ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ ଲକଡାଉନ କରିବା ଉଚିତ: ଡ. ବଳରାମ ଭାର୍ଗଭ

Advertisement

ନୂଆଦିଲ୍ଲୀ, ୧୨/୦୫: ଯେଉଁ ସବୁ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ସେହି ସବୁ ଜିଲ୍ଳା ଗୁଡିକରେ ଲକଡାଉନ କଟକଣା ଲାଗୁ କରାଯିବା ଉଚିତ ବୋଲି କହିଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ମୁଖ୍ୟ ଡ. ବଳରାମ ଭାର୍ଗଭ ।
ବହୁ ସଂଖ୍ୟକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ଜିଲ୍ଲାଗୁଡିକରେ ଛଅରୁ ଆଠ ସପ୍ତାହ ପର୍ୟ୍ୟନ୍ତ ଲକଡାଉନ କରିବା ଉଚିତ ବୋଲି ସେ କହିଥିବା ନେଇ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ସେ କହିଛନ୍ତି “ଯଦି ପଜିଟିଭ ହାର ୧୦%ରୁ ୫%କୁ ଖସେ ତାହାଲେ ଆମେ ସେଠାରେ ଲକଡାଉନକୁ କୋହଳ କରିପାରିବା, କିନ୍ତୁ ମାତ୍ର ଛଅରୁ ଆଠ ସପ୍ତାହ ମଧ୍ୟରେ ତାହା ଘଟିବ ନାହିଁ । ରାଜଧାନୀ ଦିଳ୍ଲୀରେ ଯଦି ଲକଡାଉନ କୋହଳ କରିଦିଆଯାଏ ତେବେ ଏହା ବିପର୍ଯ୍ୟୟ ହେବ ।”
କୋଭିଡ-୧୯ ଉପରେ ଜାତୀୟ ଟାସ୍କ ଫୋର୍ସର ଏପ୍ରିଲ୍ ୧୫ ରେ ଏକ ବୈଠକରେ ୧୦% ପଜିଟିଭ ହାର କିମ୍ବା ତା’ଠାରୁ ଅଧିକ ଥିବା ଅଞ୍ଚଳଗୁଡିକୁ ଲକଡାଉନ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲା ବୋଲି ସେ କହିଛନ୍ତି।
ତଥାପି ଏପ୍ରିଲ୍ ୨୦ ରେ ପ୍ରଧାନମନ୍ତ୍ରୀ ଏକ ଭାଷର ମାଧ୍ୟମରେ କହିଥିଲେ ଲକଡାଉନ୍ କୁ “ଶେଷ ପଦକ୍ଷେପ” ଭାବରେ ଗ୍ରହଣ କରିବା ଏବଂ “ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍” ଉପରେ ଧ୍ୟାନ ଦିଆଯିବା ଉଚିତ୍।

Get real time updates directly on you device, subscribe now.