fbpx

ଦିଲ୍ଲୀକୁ ପୁଣି ଫେରିବ ଲକଡାଉନ୍ !

ନୂଆଦିଲ୍ଲୀ,୧୭ ।୧୧: ଦିଲ୍ଲୀରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ପ୍ରଭାବିତ ଅଂଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହାସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲ ହୋଇପାରିବେ ।

ଏହାଛଡା ଦିଲ୍ଲୀର କିଛି ମାର୍କେଟ ଏବେ କରୋନାର ହଟସ୍ପଟ ପାଲଟିଛି । ସେସବୁ ମାର୍କେଟରେ କୋଭିଡ୍ ନିୟମର ଉଲ୍ଲଂଘନ ସହ ସାମାଜିକ ଦୂରତା ରହୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଅଧିକ ଭିଡ଼ ହେଉଥିବା କିଛି ମାର୍କେଟକୁ ଅସ୍ଥାୟୀ ଭାବରେ କିଛି ଦିନ ବନ୍ଦ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସରକାରୀ ଓ ବେସରକାରୀ ହସପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ ରହିଛି । କିନ୍ତୁ କମ ଆଇସିୟ ବେଡ ରହିଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ମହାରାଷ୍ଟ୍ରଠାରୁ ଅଧିକ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । କୋଭିଡ୍ ଗାଇଡଲାଇନକୁ ମାନିବା ପାଇଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ।

Get real time updates directly on you device, subscribe now.