fbpx

ମହାଭାରତ ଓ ରାମାୟଣ ଶୁଣି କଟିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ପିଲାଦିନ

ୱାଶିଂଟନ,୧୭ ।୧୧: ପିଲାଦିନ ରାମାୟଣ ଓ ମହାଭାରତ ଶୁଣେ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଇଣ୍ଡୋନେସିଆରେ ଥିବା ସମୟରେ ରାମାୟଣ ଓ ମହାଭାରତ ଶୁଣୁଥିଲେ, ସେଥିପାଇଁ ତାଙ୍କ ମନରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ସେ କହିଛନ୍ତି ।

ନିକଟରେ ଏହି ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ନିଜର ପୁସ୍ତକ ‘ଏ ପ୍ରମିଜ୍ଡ‌ ଲ୍ୟାଣ୍ଡ୍‌’ରେ ଭାରତ ବିଷୟରେ ଏହି ସବୁ କଥା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ହୋଇପାରେ ଇଣ୍ଡୋନେସିଆ ଭାରତର ଛୋଟ ଆକାର ସଦୃଶ ଯାହା ତାଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ୨ହଜାରରୁ ଅଧିକ ସମୁଦାୟର ଲୋକ ବସବାସ କରନ୍ତି । ଏଠାକାର ଲୋକେ ୭୦୦ରୁ ଅଧିକ ଭାଷାରେ କଥାବାର୍ତ୍ତା କରନ୍ତି । ସେ ୨୦୧୦ରେ ରାଷ୍ଟ୍ରପତି ଭାବେ ପ୍ରଥମେ ଭାରତ ଗସ୍ତ କରିଥିଲେ । ଏହାପୂର୍ବରୁ କେବେ ଭାରତ ଆସିନଥିଲେ । କିନ୍ତୁ ଭାରତ ପ୍ରତି ତାଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରହିଛି ।

ସେ ଆହୁରି କହିଛନ୍ତି ଯେ, ପିଲାଦିନେ ଇଣ୍ଡୋନେସିଆରେ ଥିବା ବେଳେ ସେ ହିନ୍ଦୁ ମହାକାବ୍ୟ ରାମାୟଣ ଓ ମହାଭାରତ ଶୁଣିଥିଲେ । ଏହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ରୁଚି ହୋଇପାରେ । କଲେଜରେ ତାଙ୍କର ଅନେକ ପାକିସ୍ତାନୀ ଓ ଭାରତୀୟ ବନ୍ଧୁ ରହିଥିଲେ । ସେମାନେ ତାଙ୍କୁ ଡାଲି ତିଆରି କରିବା ଶିଖାଇଥିଲେ ଓ ବଲିଉଡ୍ ଫିଲ୍ମ ମଧ୍ୟ ଦେଖାଇଥିଲେ ।

ସେ ଆହୁରି କହିଛନ୍ତି ଯେ,ଭାରତ ପ୍ରତି ତାଙ୍କର ଆକର୍ଷଣର ପ୍ରମୁଖ କାରଣ ହେଉଛନ୍ତି ମହାତ୍ମା ଗାନ୍ଧୀ । ବ୍ରିଟିଶ ଶାସନ ବିରୋଧରେ ସେ ସତ୍ୟ, ଅହିଂସା ଲଡେଇ ଲଢିଥିଲେ । ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ମୁଁ ଅଧିକ ପ୍ରଭାବିତ ହୋଇଥିଲି ।

Get real time updates directly on you device, subscribe now.