fbpx
BJD
BJD SKY
BJD SKY

ମୋବାଇଲରେ ମ୍ୟାଚ୍ ଦେଖୁଥିଲେ ଲୋକୋ ପାଇଲଟ୍: ଠିଆ ହୋଇଥିବା ଟ୍ରେନକୁ ଦେଲେ ଧକ୍କା, ୧୪ ମୃତ୍ୟୁ

BJD

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ଏହି ଟ୍ରେନ ଦୁର୍ଘଟରାର ପ୍ରକୃତ କାରଣ ଉପରୁ ପରଦା ଉଠାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ଟ୍ରେନର ଲୋକୋ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଯାହା ଫଳରେ ଏଭଳି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଗତବର୍ଷ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ୭ଟା.ରେ ହାୱଡ଼ା-ଚେନ୍ନାଇ ରୁଟରେ ରାୟଗଡ଼ା ପାସେଞ୍ଜର ଟ୍ରେନ ଏବଂ ବିଶାଖାପଟ୍ଟନମ୍ ପଲାସା ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଦିକ ଯାତ୍ରୀ ଆହତ ହୋଇଥିଲେ । ତେବେ ସୁୂରକ୍ଷା ଉପାୟ ବିଷୟରେ କହିବା ସମୟରେ ଆନ୍ଧ୍ର ଟ୍ରେନ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଏହି ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଲୋକୋ ପାଇଲଟ୍ ଏବଂ ସହ-ପାଇଲଟ୍ । ଉଭୟଙ୍କ ଧ୍ୟାନ ମୋବାଇଲରେ କ୍ରିକେଟ ମ୍ୟାଚ ଉପରେ ରହିଥିବାରୁ ଆଗକୁ ଥିବା ବିପଦ ବିଷୟରେ ସେ ଜାଣି ପାରି ନଥିଲେ । ଏଭଳି ପରିସ୍ତିତିରେ ରେଲୱେ ବର୍ତ୍ତମାନ ନୂଆ ସିଷ୍ଟମ୍ ସ୍ଥାପନ କରିବାକୁ ଯାଉଛି । ଏହା ସମସ୍ତ ପ୍ରକାରର ବିକର୍ଷଣକୁ ଚିହ୍ନଟ କରିପାରିବ ଏବଂ ପାଇଲଟ୍ ଓ ସହ ପାଇଲଟ୍ ଟ୍ରେନ ଚାଳନା ପ୍ରତି ଧ୍ୟାନ ଦେବାକୁ ସୂଚିତ କରିପାରିବ ।

ସେ କହିଛନ୍ତି, ‘ଆମେ ସୁରକ୍ଷା ଉପରେ ଧ୍ୟାନ ଦେବା ଜାରି ରଖିବୁ। ଆମେ ପ୍ରତ୍ୟେକ ଘଟଣାର ମୂଳ କାରଣ ଖୋଜିବା ସହ ଏହାର ସମାଧାନ କରିବାକୁ ଚେଷ୍ଟା ଜାରି ରହିଛି । ଯାହାଫଳରେ ଏଭଳି ଘଟଣାର କେବେ ପୁନରାବୃତ୍ତି ନହେଉ । ରେଳ ସୁରକ୍ଷା କମିଶନର (ସିଆରଏସ) ର ଅନୁସନ୍ଧାନ ରିପୋର୍ଟ ଏପର୍ୟ୍ୟନ୍ତ ସାର୍ବଜନୀନ ହୋଇନାହିଁ। ତେବେ ଘଟଣାର ଗୋଟିଏ ଦିନ ପରେ ପ୍ରାଥମିକ ରେଳ ଅନୁସନ୍ଧାନରେ କୁହାଯାଇଛି ଯେ, ରାୟଗଡା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏହି ଟ୍ରେନ ଦୁର୍ଘଟଣା ପାଇଁ ଦାୟୀ । ଏମାନେ ତ୍ରୁଟିପୂର୍ଣ୍ଣ ସ୍ୱୟଂଚାଳିତ ସିଗନାଲ ସିଷ୍ଟମ ପାଇଁ ନିୟମ ଉଲ୍ଲଂଘନ କରିଥିଲେ। ଏହି ଦୁର୍ଘଟଣାରେ ଉଭୟ କ୍ରୁ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.