fbpx

ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କ ବୟସ ବଢିବାର ଗତି ମନ୍ଥର ହୋଇଥାଏ, ଏମାନେ ବଞ୍ଚନ୍ତି ଅଧିକ ଦିନ: ବିଶେଷଜ୍ଞଙ୍କ ଦାବି

Advertisement

ନୂଆଦିଲ୍ଲୀ: ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ବୟସ ବଢିବାର ଗତି ଅନ୍ୟମାନଙ୍କ ତୁଳନାରେ ମନ୍ଥର ହୋଇଥାଏ ଏବଂ ସମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଥାଏ । ଜେଏମଏ ନେଟୱର୍କ ଓପନ ଜର୍ଣ୍ଣାଲ ଶୁକ୍ରବାର ଦିନ ପ୍ରକାଶ କରିଥିବା ଅଧ୍ୟୟନରେ ଜଣାପଡିଛି ଯେ, ଉଚ୍ଚ ଶିକ୍ଷିତ ଲୋକଙ୍କୁ ମୃତ୍ୟୁର ଆଘାତ କମ ଲାଗିଥାଏ । ଏଥିସହ ବୟସ ବଢିବାର ଗତି ମନ୍ଥର ହୋଇଥାଏ ।

ବିଶେଷଜ୍ଞମାନଙ୍କ ମାନ୍ୟତା ଅନୁଯାୟୀ, ଏହା ହେଉଛି ପ୍ରଥମ ଅଧ୍ୟୟନ ଯେଉଁଥିରେ ବୟସ ବଢିବାର ଗତି ଏବଂ ଶିକ୍ଷା ମଧ୍ୟରେ ସମ୍ବନ୍ଧ ସ୍ଥାପନ କରାଯାଇଛି । ନ୍ୟୁୟର୍କ ସହରରେ ‘କଲମ୍ବିଆ ୟୁନିର୍ଭସିଟି ମେଲମ୍ୟାନ ସ୍କୁଲ ଅଫ ପବ୍ଲିକ ହେଲ୍‌ଥ’ ରେ ମହାମାରୀ ବିଜ୍ଞାନର ଏସୋସିଏଟ ପ୍ରଫେସର ଏବଂ ବରିଷ୍ଠ ବିଶେଷଜ୍ଞ ଡେନିୟଲ ବେଲସ୍କି କହିଛନ୍ତି ଯେ, ‘ଆମେ ଜାଣିଛୁ ଯେ, ଯେଉଁ ଲୋକମାନେ ଉଚ୍ଚ ସ୍ତରରେ ଶିକ୍ଷା ଲାଭ କରନ୍ତି, ସେମାନଙ୍କ ଆୟୁଷ ଅଧିକ ହୋଇଥାଏ ।’

ବେଲସ୍କି ଏକ ବିଶ୍ୱବିଦ୍ୟାଳୟ ସମାଚାର ବିଜ୍ଞପ୍ତିରେ କହିଛନ୍ତି ଯେ, ‘ହେଲେ ଏହା ଜାଣିବାକୁ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା । ତେବେ ଅଧ୍ୟୟନରେ ଦାବି କରାଯାଇଛି ଯେ, ସ୍କୁଲ ଶିକ୍ଷାର ପ୍ରତି ଦୁଇ ଅତିରିକ୍ତ ବର୍ଷରେ ବୟସ ବଢିବାର ଗତି ୨ ପ୍ରତିଶତରୁ ୩ ପ୍ରତିଶତ ମନ୍ଥର ହୋଇଥାଏ । ସମୁଦାୟ , ଶିକ୍ଷିତ ଲୋକଙ୍କ ତୁଳନାରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିବା ବ୍ୟକ୍ତିମାନଙ୍କର ମୃତ୍ୟୁର ଆଘାତ ୧୦ ପ୍ରତିଶତ କମ ହୋଇଥାଏ ।

ଏହି ରିସର୍ଚ୍ଚରେ ବୈଜ୍ଞାନିକମାନେ ଫ୍ରେମିଙ୍ଗହାମ ହାର୍ଟ ଷ୍ଟଡିରେ ମିଳିଥିବା ସୂଚନାର ଉପଯୋଗ କରିଥିଲେ, ଯାହାକି ୧୯୪୮ ମସିହାରେ ଆରମ୍ଭ ହୋଇଥିଲା । ଫ୍ରାମିଙ୍ଗହାମ, ମାସାଚୁସେଟ୍ସର ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ବୟସ ବଢିବାର ସଂଖ୍ୟାର ଆକଳନ କରିବା ଲାଗି, ସେମାନେ ପ୍ରତିଯୋଗୀମାନଙ୍କ ବଂଶଜମାନଙ୍କ ଡାଟା ଯାଞ୍ଚ କରିଥିଲେ । ଯେଉଁଥିରେ ବୟସ ବଢିବା ପାଇଁ ଏକ ସ୍ପିଟୋମିଟର ପରି ଏକ ଜେନେଟିକ ‘ଘଣ୍ଟା’ ପରୀକ୍ଷଣ କରାଯାଇଥିଲା ।

ଏହି ପରୀକ୍ଷଣ ସୂଚାଇଥାଏ ସମୟ ସହିତ ଜଣେ ବ୍ୟକ୍ତିର ଶରୀର ପରିବର୍ତ୍ତନ ହୋଇଥଏା ତେବେ ବିଶେଷଜ୍ଞମାନେ ଜେନେଟିକ ବାର୍ଦ୍ଧକ୍ୟ ଡାଟାକୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଅଂଶଗ୍ରହଣକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସହ ସମ୍ବନ୍ଧିତ କରି, ଅଧ୍ୟୟନ ପୃଷ୍ଠଭୂମି ଏବଂ ପରିବାର ମଧ୍ୟରେ ଆର୍ଥିକ ସମ୍ବଳର ପରିବର୍ତ୍ତନ ପାଇଁ ଅଧ୍ୟୟନ କରିଥିଲେ ।

କଲମ୍ବିଆ ୟୁନିର୍ଭସିଟିର ଏପିଡେମୋଲୋଜି ବିଭାଗର ଡକ୍ଟର ଛାତ୍ର ତଥା ଗବେଷକ ଗ୍ଲୋରିଆ ଗ୍ରାଫ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ଅଧ୍ୟୟନଗୁଡ଼ିକ ପରିବାର ମଧ୍ୟରେ ପାର୍ଥକ୍ୟକୁ ନିୟନ୍ତ୍ରଣ କରିଥାଏ ଏବଂ ଆମକୁ ଶିକ୍ଷାର ପ୍ରଭାବକୁ ପୃଥକ କରିବାକୁ ଅନୁମତି ଦେଇଥାଏ। ଗ୍ରାଫ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଅନୁସନ୍ଧାନ ଏହି ଅନୁମାନକୁ ସମର୍ଥନ କରେ ଯାହା ଶିକ୍ଷାଗତ ଯୋଗ୍ୟତାକୁ ପ୍ରୋତ୍ସାହିତ କରିବା ଦ୍ୱାରା ଜୈବିକ ବାର୍ଦ୍ଧକ୍ୟର ଗତି ମନ୍ଥର ହୋଇ ଦୀର୍ଘାୟୁ ହୋଇଥାଏ।

Get real time updates directly on you device, subscribe now.