fbpx

Chanakya Niti: ଏହି ସବୁ କଥା ପତ୍ନୀଙ୍କ ଠାରୁ ଲୁଚାଇ ରଖନ୍ତୁ, ଦାମ୍ପତ୍ୟ ଜୀବନ ସୁଖମୟ ହେବ

Advertisement

ଓଡ଼ିଶା ଭାସ୍କର: ଆଚାର୍ଯ୍ୟ ଚାଣକ୍ୟ ନିଜ ପୁସ୍ତକ ନୀତିଶାସ୍ତ୍ରରେ କ୍ୟାରିୟର, ଚାକିରି, ସାଙ୍ଗସାଥୀ, ବୈବାହିକ ଜୀବନ, ଧନ ଏବଂ ମହିଳାଙ୍କ ବିଷୟରେ ଅନେକ କଥାର ବର୍ଣ୍ଣନା କରିଛନ୍ତି । ଏହା ସହ ଜଡ଼ିତ ସମସ୍ୟାର ସମାଧାନ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । କୁହାଯାଏ ବିବାହ ପରେ ସ୍ୱାମୀ ସ୍ତ୍ରୀ ପରସ୍ପରର ସୁଖ ଦୁଃଖର ସାଥୀ । ଜୀବନସାଥୀଟିଏ ପାଖରେ ଥିରେ କଣ୍ଟକିତ ପଥ ବି ମହକି ଉଠେ । କିନ୍ତୁ ସୁଖ ଦାମ୍ପତ୍ୟ ଜୀବନ ପାଇଁ ପରସ୍ପର ଠାରୁ କିଛି କଥା ଲୁଚାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏପରି କିଛି କଥା ଅଛି ଯାହା ପତ୍ନୀଙ୍କୁ କେବେ କହିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ସବୁ କଥା ପତ୍ନୀଙ୍କୁ କହିଲେ ସମସ୍ୟା ଦେଖାଦେଇଥାଏ ।

୧. ନିଜ ଦୁର୍ବଳତା: ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କର କିଛି ଦୁର୍ବଳତା ରହିଛି ତେବେ ଏହାକୁ ନିଜ ପର୍ଯ୍ୟନ୍ତ ସୀମିତ ରଖନ୍ତୁ । ଏହି କଥା ନିଜ ସ୍ତ୍ରୀ ସମ୍ମୁଖରେ କେବେ ବି ପ୍ରକାଶ କରନ୍ତୁ ନାହିଁ । ପତ୍ନୀ ଆପଣଙ୍କ ଦୁର୍ବଳତା ବିଷୟରେ ଜାଣିଲେ ଏହାର ଫାଇଦା ଉଠାଇ ପାରେ । ପରବର୍ତ୍ତୀ ସମୟରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

୨. ନିଜ ଅପମାନ: ଅପଣ କେବେ ବି ନିଜ ଅପମାନ ବିଷୟରେ ସ୍ତ୍ରୀ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ । ନଚେତ ଏହି କଥା ପାଇଁ ସେ ଆପଣଙ୍କୁ ସବୁବେଳେ ପରିହାସ କରିଥାନ୍ତି । ଆପଣଙ୍କୁ ଉଚିତ ସମ୍ମାନ ମିଳିନଥାଏ ।

୩. ନିଜେ କରିଥିବା ଦାନ: ଜୀବନରେ ଆପଣ କେବେ କିଛି ଦାନ ବିଷୟରେ ନିଜ ସ୍ତ୍ରୀଙ୍କୁ କୁହନ୍ତୁ ନାହିଁ । ଏହା ଦ୍ୱାରା ଦାନର ମହତ୍ୱ କମି ଯାଏ ।

୪. ରୋଜଗାର: ଚାଣକ୍ୟଙ୍କ କହିବାନୁଯାୟୀ ଆପଣଙ୍କ ରୋଜଗାର ବିଷୟରେ କେବେ ସ୍ତ୍ରୀକୁ କହିବା ଉଚିତ ନୁହେଁ । ଅଧିକାଂଶ କ୍ଷେତ୍ରରେ ସ୍ତ୍ରୀ ସ୍ୱାମୀର ରୋଜଗାର ଉପରେ ଅଧିକାର ସାବ୍ୟସ୍ତ କରି ଅପଣଙ୍କୁ ହଇରାଣ କରିପାରେ । ନିଜ ଫାଇଦାକୁ ଗୁରୁତ୍ୱ ଦେଇ ଆପଣଙ୍କ ଖର୍ଚ୍ଚ କମ କରିବା ପାଇଁ ଚେଷ୍ଟା କରିଥାଏ ।

Get real time updates directly on you device, subscribe now.