fbpx
BJD
BJD SKY
BJD SKY

କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ବିରଳ କଇଁଛ ଉଦ୍ଧାର, ଜବତ କଲା ଡିଆରଆଇ

କଟକ: ବିରଳ କଇଁଛ ଉଦ୍ଧାର ହେବା ଖବର ସାମ୍ନାକୁ ଆସିଛି । କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ବିରଳ କଇଁଛଙ୍କୁ ଜବତ କରାଯାଇଛି । ତେବେ ୩୫୧ଟି ପ୍ରଜାତିତ କଇଁଛଙ୍କୁ ଉଦ୍ଧାର କଲା ଡିଆରଆଇ । ଟାଟା ଟିଆଗୋ ଗାଡ଼ିରେ ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ । ଏହି କଇଁଛ ଗୁଡ଼ିକ ପଶ୍ଚିମବଙ୍ଗରୁ ପୁଣି କର୍ଣ୍ଣାଟକକୁ ଚୋରାଚାଲାଣ ହୋଇଥାଆନ୍ତା ।

ସୂଚନା ଅନୁଯାୟୀ, ୩୫୧ଟି ପ୍ରଜାତିର କଇଁଛଙ୍କୁ ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ ଚୋରାଚାଲଣ ହେଉଥିଲା । ତେବେ ଚୋରାଚାଲଣ ବେଳେ ଡିଆରଆଇ ଏହାକୁ ଜବତ କରିଛି । ଏଥିସହ ଚୋରାଚାଳନ ସମୟରେ ୩ଜଣଙ୍କୁ ଡିଆରଆଇ ଗିରଫ କରିଛି । ତେବେ ଉଦ୍ଧାର କରାଯାଇଥିବା କଇଁଛଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.