fbpx

WTCରେ No.1 ସ୍ଥାନରେ ପହଞ୍ଚିଲା ରୋହିତ ସେନା: ନ୍ୟୁଜିଲାଣ୍ଡ ପରାଜୟରେ ଭାରତକୁ ଫାଇଦା

ନୂଆଦିଲ୍ଲୀ: ୱେଲିଂଟନରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୨ ରନର ଏକ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟ ସହ ସିରିଜରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । କିନ୍ତୁ ଏହି ବିଜୟର ସବୁଠୁ ଅଧିକ ଫାଇଦା ପାଇଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡର ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି ରୋହିତ ସେନା । ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି । ତେବେ ଇଂଲଣ୍ଡ ବିପକ୍ଷରେ ହାଟ୍ରିକ ବିଜୟ ଭାରତକୁ ଏହି ସ୍ଥାନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଅଷ୍ଟ୍ରେଲିଆ ଦ୍ୱାରା ପରାସ୍ତ ହେବା ପରେ ନ୍ୟୁଜିଲାଣ୍ଡ ୬୦ ପ୍ରତିଶତ ଅଙ୍କ ହାସଲ କରିପାରିଛି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଏହି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିବା ଭାରତ ୬୪.୫୮ପ୍ରତିଶତ ଅଙ୍କ ହାସଲ କରିଛି । ତେବେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୫୯.୦୯ ପ୍ରତିଶତ ସହିତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୮୩ ରନ୍ ସଂଗ୍ରହ କରିଥିଲା। ଏହା ପରେ ଅଷ୍ଟ୍ରେଲୀୟ ବୋଲରମାନେ ପ୍ରଥମ ଇନିଂସରେ ୧୭୯ ରନରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଆଉଟ୍ କରିଛନ୍ତି। ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୨୦୪ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ମାତ୍ର ୧୬୪ ରନ୍ ପାଇଁ ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଅଷ୍ଟ୍ରେଲିଆକୁ ଆଉଟ୍ କରିଛନ୍ତି।

ତେବେ ଦ୍ୱିତୀୟ ଇନିଂସ ସୁଦ୍ଧା ନ୍ୟୁଜିଲାଣ୍ଡଗୁ ୩୬୯ ରନର ବିରାଟ ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ । ତେବେ ଏହି ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୨୦୮ ରନ୍ କରିବାରେ ସଫଳ ହୋଇ ପାରିଛି । ନାଥନ ଲିଓନଙ୍କ ଘାତକ ବୋଲିଂ ଆଗରେ ହାର ମାନିଛି ନ୍ୟୁଜିଲାଣ୍ଡ ଟିମ । ଏହି ମ୍ୟାଚରେ ଲିଓନ୍ ମୋଟ ୧୦ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.