fbpx
BJD SKY
BJD SKY

Big Breaking: ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ

BJD

କେନ୍ଦ୍ରାପଡା: ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ବାପା, ମା’, ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାଟି ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗରରେ ଗୋଟିଏ ପରିବାରର ୩ଜଣଙ୍କ ମୃତ ଦେହ ମିଳିବା ଖବର ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାପାର ମୃତ ଦେହ ଘର ବାହାରରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅନ୍ୟପଟେ ମାଆ ଏବଂ ପୁଅଙ୍କ ମୃତଦେହ ଘର ଭିତରେ ପଡିଛି । ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଗ୍ରାମବାସୀ ବାପାର ମୃତ ଦେହ ବାହାରେ ଝୁଲନ୍ତା ଅବସ୍ଥାରେ ଦେଖିବା ମାତ୍ରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ୩ଜଣଙ୍କ ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚାଲିଛି ।

Get real time updates directly on you device, subscribe now.