fbpx
BSKY SKY
BSKY SKY

ଓଡ଼ିଶାଠାରୁ ୫୦୦କିମି ଦୂରରେ ପଙ୍ଗପାଳ

BSKY

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ଓଡ଼ିଶାଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ରହିଥିବା ସୂଚନା ରହିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ଏନେଇ ସୂଚନା ଦେଇଛନ୍ତି ।
ଅନ୍ୟପଟେ ପଙ୍ଗପାଳ ମୂକାବିଲା କରିବା ପାଇଁ ଅଗ୍ନିଶମ ପ୍ରସ୍ତୁତି ଥିବା ନେଇ ରାଜ୍ୟ ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପଙ୍ଗପାଳ ଘଉଡାଇବାକୁ ସ୍ୱତନ୍ତ୍ର ରାସାୟନିକ ପ୍ରୟୋଗ କରାଯିବ । ଫଳରେ ପଙ୍ଗପାଳ ସେମାନଙ୍କ ଗତିପଥ ବଦଳାଇବେ । ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଜୋନରେ ବିଭକ୍ତ ସହ ସ୍ୱତନ୍ତ୍ର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.