fbpx
BJD SKY
BJD SKY

ମୋଦୀଙ୍କୁ ଜିତାଇବା ଲାଗି ଆମେରିକାରେ ଚାଲିଛି ପ୍ରସ୍ତୁତି, ୨୫ ଲକ୍ଷରୁ ଅଧିକ ଫୋନ୍ କଲ୍ କରି ସମର୍ଥନ ଜୁଟାଇବ ଏହି ସଂଗଠନ

BJD

ନୂଆଦିଲ୍ଲୀ: ଭାରତରେ ଆଗାମୀ କିଛି ମାସ ଭିତରେ ଲୋକସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି, କଂଗ୍ରେସ ସହିତ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳ ଏହି ନିର୍ବାଚନ ଲାଗି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିଜେପି ପକ୍ଷରୁ ସାରା ଦେଶରେ ସଭାସମିତି ମାନ ଆରମ୍ଭ ହୋଇଗଲାଣି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ବାହାର କରିଛନ୍ତି । ଏହାରି ମଧ୍ୟରେ ଖବର ଆସିଛି କି ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଜୟକୁ ସୁନିଶ୍ଚିତ କରିବା ଲାଗି ଆମେରିକାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଆମେରିକାରେ ଥିବା ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି ସଂଗଠନ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଗାତର ୩ୟ ଥର ଜିତାଇବା ଲାଗି ବ୍ୟାପକ ଯୋଜନା କରୁଛନ୍ତି । ସଂଗଠନର ଲକ୍ଷ୍ୟ ରହିଛି ନିର୍ବାଚନରେ ବିଜେପିକୁ ରେକର୍ଡ ୪୦୦ରୁ ଅଧିକ ସିଟ୍‌ରେ ଜିତାଇବା । ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପିର ନେତାଙ୍କ ଅନୁଯାୟୀ ନିର୍ବାଚନ ସମୟରେ ବିଜେପିକୁ ସମର୍ଥନ ଦେବା ପାଇଁ ଭାରତରେ ୨୫ ଲକ୍ଷରୁ ଅଧିକ ଫୋନ୍ କଲ୍ କରାଯିବ । ଏହା ସହିତ ୩୦୦୦ରୁ ଅଧିକ ଭାରତୀୟ ଆମେରିକୀୟଙ୍କ ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଭାରତ ଆସିବେ । ଏମାନେ ଭାରତରେ ବିଭିନ୍ନ କ୍ଷମତାରେ ଥିବା ବିଜେପିର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ସ୍ୱତନ୍ତ୍ର କଲ୍ କରିବା ଓ ବିଭିନ୍ନ ରାଜ୍ୟ ଓ ଭାଷା ଅନୁସାରେ ରଣନୀତି ବିକଶିତ କରିବା ଦିଗରେ ସାହାଯ୍ୟ କରିବା ପାଇଁ ପୁରା ଆମେରିକାରୁ ୨ ଡର୍ଜନରୁ ଅଧିକ ଟିମ୍ ତିଆରି କରାଯାଇଛି ।

ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି ସଂଗଠନ କହିଛି ତାଙ୍କ ସଂସ୍ଥା ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଉପଲବ୍ଧିିକୁ ପ୍ରସ୍ତୁତ କରିବ । ଆମେରିକାର ବିଭିନ୍ନ ସହରରେ ଚା’ ପେ ଚର୍ଚ୍ଚା ମଧ୍ୟ ଆୟୋଜନ କରାଯିବ ।

Get real time updates directly on you device, subscribe now.