fbpx

ସଂସଦରେ ଉପସ୍ଥାପିତ ହେଲା ‘ଶ୍ୱେତପତ୍ର’; ସରକାର କହିଲେ- ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଅର୍ଥନୀତିକୁ ନେଇ ସଂସଦରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଶ୍ୱେତପତ୍ର ଉପସ୍ଥାପନ କରିଛନ୍ତି। ୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ନେଇଥିବା ନିଷ୍ପତ୍ତିର ସମୀକ୍ଷା ଏହି ଶ୍ୱେତପତ୍ରରେ ହେବ। ମୂଳତଃ ଏକ ଜଟିଳ ପ୍ରସଙ୍ଗକୁ ସରଳ ଭାଷାରେ ବୁଝାଇବା ପାଇଁ ଏକ ଶ୍ୱେତପତ୍ର ଜାରି କରାଯାଏ । ଶ୍ୱେତପତ୍ରରେ ୟୁପିଏ ସରକାରଙ୍କ ଅର୍ଥନୈତିକ ନୀତି ସାମାନ୍ୟ ଥିବା ନେଇ କହିଛନ୍ତି କେନ୍ଦ୍ର ସରକାର।

ସଂସଦରେ ସରକାର ମାନେ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଶ୍ୱେତପତ୍ର ବ୍ୟବହାର କରିଥାନ୍ତି । ଗୁରୁବାର ଶ୍ୱେତପତ୍ର ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଦଳ ବିଜେପି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏକ ‘ବ୍ଲାକ୍ ପେପର’ ଜାରି କରିଥିଲା। ଏହା ଜରିଆରେ ମୁଦ୍ରାସ୍ଫୀତି, ବେକାରୀ ଓ କୃଷକଙ୍କ ଦୁର୍ଦ୍ଦଶା ଭଳି ପ୍ରସଙ୍ଗରେ କଂଗ୍ରେସ ବିଜେପି ସରକାରଙ୍କୁ ଘେରିଥିଲା।

Get real time updates directly on you device, subscribe now.