fbpx
BJD SKY
BJD SKY

‘ED ମୋ ବିରୁଦ୍ଧରେ ଏପରି ଲାଗିଛି, ଯେମିତି ମୁଁ ଜଣେ ବଡ଼ ଆତଙ୍କବାଦୀ’: CM କେଜ୍ରିୱାଲଙ୍କ ବିବୃତ୍ତି

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଦ୍ୱାରକାରେ ଏକ ସ୍କୁଲର ନୂଆ ବିଲ୍ଡିଂର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଇଡି ଦ୍ୱାରା ଚାଲୁଥିବା ଯାଞ୍ଚକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ‘ସେ ଆମକୁ ଯେତେ ରୋକିବେ, ଆମେ ସେତେ ଅଧିକ କାମ କରିବୁ । ମୋ ପଛରେ ସମସ୍ତ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଲଗାଇଦେଇଛନ୍ତି ଯେପରି ମୁଁ ସବୁଠାରୁ ବଡ଼ ଆତଙ୍କବାଦୀ । ’ ଇଡି ପକ୍ଷରୁ ଏକ ପିଟିସନ ଦିଆଯାଇଛି, ଯେଉଁଥିରେ ଦିଲ୍ଲୀର ଏକ କୋର୍ଟରେ ୧୭ ଫେବୃଆରୀ ଦିନ କେଜ୍ରିୱାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡିର ୫ଟି ସମନ ପରେ ମଧ୍ୟ ଜେରାରେ ସାମିଲ ହୋଇନାହାନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ଗତ କିଛି ଦିନରେ ସେମାନେ(ବିଜେପି) ଆମକୁ ରୋକିବାକୁ ବହୁତ କେସ ଲଗାଇଛନ୍ତି ଯେପରି ମୁଁ ଦେଶର ସବୁଠାରୁ ବଡ଼ ଆତଙ୍କବାଦୀ । ସମସ୍ତ ଏଜେନ୍ସି, ସମସ୍ତ ପୋଲିସଙ୍କୁ ମୋ ପଛରେ ଛାଡିଦେଇଛନ୍ତି । ହେଲେ ପୃଥିବୀରେ ଭଗବାନ ପ୍ରତ୍ୟେକ ଲୋକଙ୍କୁ କିଛି ନା କିଛି ଉଦ୍ଦେଶ୍ୟରେ ପଠାଇଛନ୍ତି । ପୃଥିବୀରେ ତାଙ୍କର (ବିଜେପି) ଉଦ୍ଦେଶ୍ୟ ହେଉଛି ଯେ, ମିଛ-ସତ କେସ କରି ଲୋକଙ୍କୁ ଅସୁବିଧାରେ ପକାଇବା, ହେଲେ ଭଗବାନ ମୋତେ ଆପଣଙ୍କ ପାଇଁ ସ୍କୁଲ ତିଆରି କରିବା, ବିଦ୍ୟୁତ ବିଲ ମାଗଣା କରିବା, ଏବଂ ହସ୍ପିଟାଲ ତିଆରି କରିବା ପାଇଁ ପଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ, ‘ସେମାନେ କହୁଛନ୍ତି କେଜ୍ରିୱାଲ ଜଣେ ଚୋର । ମୁଁ ପଚାରିବାକୁ ଚାହୁଁଛି ଯେ, ମୁଁ ଦିଲ୍ଲୀବାସୀଙ୍କ ପାଇଁ ବିଜୁଳି ମୁକ୍ତ କରିଦେଲି, ପଞ୍ଜାବରେ ମଧ୍ୟ ହୋଇଗଲା । ତାଙ୍କର ଯେଉଁଠାରେ ସରକାର ଅଛନ୍ତି ସେଠାରେ ବିଜୁଳି ଦର ବହୁତ ଅଧିକ ରହିଛି । ତେବେ ବିଜୁଳି ବିଲ୍ ଫ୍ରୀ କରୁଥିବା ଚୋର ନା ବିଜୁଳି ବିଲ୍ ମହଙ୍ଗା କରୁଥିବା ଲୋକେ ଚୋର । ମୁଁ ଦିଲ୍ଲୀ ଏବଂ ପଞ୍ଜାବରେ ସମସ୍ତ ଚିକିତ୍ସା ମାଗଣା କରିଦେଇଛି । ଉତ୍ତମ ହସ୍ପିଟାଲ ତିଆରି କରିଦେଇଛି । ତେବେ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଥିବା ଲୋକେ ଚୋର ନା ଚିକିତ୍ସା ପାଇଁ ମହଙ୍ଗା କରୁଥିବା ଲୋକେ ଚୋର ବୋଲି ପ୍ରଶ୍ନ କରିଛନ୍ତି’ ।

Get real time updates directly on you device, subscribe now.