fbpx

ମାର୍ଚ୍ଚ ୧୨ ତାରିଖରୁ ଲାଗୁ ହେବ କୋଡ଼ ଅଫ୍ କଣ୍ଡକ୍ଟ, ଏପ୍ରିଲ ୧୯ରେ ନିର୍ବାଚନ!

ନୂଆଦିଲ୍ଲୀ: ଆଉ ଦିନ କେଇଟା ଗଲେ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି। ସେହିପରି ନିର୍ବାଚନ ପ୍ରସ୍ତୁତି ପାଇଁ କେନ୍ଦ୍ରୀୟ ନିର୍ବାଚନ ସଂସ୍ଥାର ଅଧିକାରୀମାନେ ସମସ୍ତ ରାଜ୍ୟ ପରିଦର୍ଶନ କରୁଛନ୍ତି । ଏହି ସବୁ ଯାତ୍ରା ସରିବା ପରେ ତାରିଖ ଘୋଷଣା କରାଯିବ। ତେବେ ଆସନ୍ତା ମାସରେ ଅର୍ଥାତ ମାର୍ଚ୍ଚରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି। କିନ୍ତୁ ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଏହାରି ଭିତରେ ସାଧାରଣ ନିର୍ବାଚନକୁ ନେଇ ଏକ ଫେକ୍ ଚିଠି ଖୁବ ପ୍ରଚାରିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଆସନ୍ତା ଏପ୍ରିଲ ୧୯ ତାରିଖ ଦିନ ଦେଶରେ ନିର୍ବାଚନ ହେବ ବୋଲି ଏକ ଗୁଜବ ସୃଷ୍ଟି ହୋଇଛି। ଯାହା ବର୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଉକ୍ତ ଫେକ୍ ଚିଠି ଅନୁସାରେ, ଆସନ୍ତା ୨୦୨୪ ମାର୍ଚ୍ଚ ୧୨ ତାରିଖରୁ କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ ହେବ। ଏବଂ ୨୮ ମାର୍ଚ୍ଚରେ ନିର୍ବାଚନ ପାଇଁ ନୋମିନେସନ ହେବ। ସେହିପରି ଏପ୍ରିଲ ୧୯ରେ ନିର୍ବାଚନ ହେବ। ଆଉ ଏହାପରେ ମେ ମାସ ୫ ତାରିଖ ଦିନ ଗଣତି ଓ ଫଳାଫଳ ଘୋଷଣା କରାଯିବ। ଏବଂ ମେ ୩୦ ତାରିଖ ଦିନ ନୂଆ ସରକାର ଗଠନ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ତେବେ ଏହି ଫେକ୍ ଚିଠିଟି ବର୍ତମାନ ସମସ୍ତ ସୋସିଆଲ ମିଡ଼ିଆର ସମସ୍ତ ଗ୍ରୁପରେ ଘୁରି ବୁଲୁଛି।

ସେପଟେ ଏହି ଚିଠି ଭାଇରାଲ ହେଉଥିବା ବେଳେ ଦେଶର ନିର୍ବାଚନ ଆୟୋଗ ଏହାକୁ ଫେକ ବୋଲି କହିଛନ୍ତି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଟ୍ୱିଟର(ଏକ୍ସ)ରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଏହାକୁ ନେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ଉକ୍ତ ଚିଠିଟି ଫେକ୍ ଅଟେ।

Get real time updates directly on you device, subscribe now.