fbpx

ଲୋକସଭା ନିର୍ବାଚନ: ବିଜେପି-ଟିଡିପି ଡିଲ୍ ଡନ୍‌, ଜାଣନ୍ତୁ କିଏ କେତେ ସିଟ୍‌ରେ ଲଢିବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏନଡିଏକୁ ଫେରିବା ପ୍ରାୟ ସ୍ଥିର ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍ ବଣ୍ଟନ ଫର୍ମୂଲା ଉପରେ ସହମତି ପ୍ରକାଶ ପାଇଛି । ବିଜେପି ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ଓ ପବନ କଲ୍ୟାଣଙ୍କ ଜନସେନା ଦଳ ସହ ମିଶି ନିର୍ବାଚନ ଲଢିବ । ମିଳିଥିବା ସୂତ୍ର ଅନୁଯାୟୀ ବିଜେପି ଓ ଜନସେନା ଆନ୍ଧ୍ରର ୮ ଲୋକସଭା ଓ ୩୦ ବିଧାନସଭା ସିଟ୍‌ରେ ନିର୍ବାଚନ ଲଢିବ । ସେହିପରି ଟିଡିପି ୧୭ ଲୋକସଭା ଓ ୧୪୫ ବିଧାନସଭା ସିଟ୍‌ରେ ନିର୍ବାଚନ ଲଢିବ ।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଅମିତ ଶାହ, ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ମଧ୍ୟରେ ହୋଇଥିବା ବୈଠକରେ ସିଟ୍ ବଣ୍ଟନକୁ ନେଇ ସହମତି ହୋଇଯିବା ପରେ ନାଇଡୁଙ୍କ ଏନଡିଏକୁ ଆସିବାର ରାସ୍ତା ସଫା ହୋଇଯାଇଛି । ଏହି ୩ ଦଳ ଏନଡିଏ ମେଣ୍ଟ ଜରିଆରେ ଲୋକସଭା ଓ ବିଧାନସଭା ନିର୍ବାଚନ ମିଶିକରି ଲଢିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ କାର୍ଯ୍ୟକାଳ ସମୟରେ ଏନଡିଏ ଗଠବନ୍ଧନରେ ରହି ସାରିଛନ୍ତି । ପୁନର୍ବାର ସେ ଏନଡିଏକୁ ଫେରିବା ଦ୍ୱାରା ଆନ୍ଧ୍ରପ୍ରଦେଶରେ ବିଜେପିକୁ ବଡ ଲାଭ ମିଳିପାରେ ।

Get real time updates directly on you device, subscribe now.