fbpx

ପାକିସ୍ତାନରୁ ଆସିଥାଏ ଆପଣଙ୍କ ଘରେ ବ୍ୟବହୃତ ହେଉଥିବା ଏହି ଜିନିଷ; ଉପବାସରେ ଖାଇଥାନ୍ତି ଲୋକେ…

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଯେତେ ଖରାପ ହେଲେ ବି ଆମ ଦେଶରେ ପାକିସ୍ତାନରୁ ଅନେକ ଜିନିଷ ଆସିଥାଏ। ଦୈନନ୍ଦିନ ଜୀବନରେ ଆମେ ଏହି ଜିନିଷଗୁଡ଼ିକୁ ବ୍ୟବହାର କରୁଛୁ। ତେବେ ସେ ପାକିସ୍ତାନରୁ ଆସୁଛନ୍ତି ବୋଲି ଆମେ ଜାଣିନାହୁଁ। ତେବେ ଜାଣନ୍ତୁ ଏମିତି କିଛି ରୋଚକ କଥା।

ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନରୁ ଭାରତକୁ ଏମିତି ଅନେକ ଜିନିଷ ଆସିଥାଏ ଯାହା ଆମ ସାଧାରଣ ଜୀବନରେ ବହୁତ ଖାସ୍ ହୋଇଯାଇଛି। ଏହି ତାଲିକାର ପ୍ରଥମ ନାମ ହେଉଛି ଆମ୍ବ। ଭାରତରେ ସବୁଠୁ ଅଧିକ ସ୍ୱାଦିଷ୍ଟ ଓ ପସନ୍ଦିତା ଦଶହରୀ ଓ ସିନ୍ଧୋରୀ ଆମ୍ବ ପାକିସ୍ତାନରୁ ଆମଦାନୀ କରାଯାଏ। ଏହାବ୍ୟତୀତ ଆପଣ ଯେଉଁ ଖଜୁରୀ ଓ ପିଜୁଳିକୁ ଖୁବ ଉତ୍ସାହର ସହ ଖାଆନ୍ତି ତାହା ମଧ୍ୟ ପାକିସ୍ତାନ ରପ୍ତାନି କରିଥାଏ।

ଏହାବ୍ୟତୀତ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆମେ ବ୍ୟବହାର କରୁଥିବା ମୁଲତାନି ମାଟି ମଧ୍ୟ ପାକିସ୍ତାନରୁ ଆସିଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉପବାସରେ ଆମେ ବ୍ୟବହାର କରୁଥିବା ସୈନ୍ଧବ ଲବଣ ବି ପାକିସ୍ତାନରୁ ଆସିଥାଏ।

ବାସ୍ତବରେ, ସୈନ୍ଧବ ଲବଣ ସମଗ୍ର ଏସିଆରେ କେବଳ ପାକିସ୍ତାନରେ ଦେଖିବାକୁ ମିଳେ। ଏଥିସହ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଖାଉଥିବା ବାଦାମ ମଧ୍ୟ ପାକିସ୍ତାନରୁ ଆସିଥାଏ। ଅଖରୋଟ ଏବଂ କିଛି ଶୁଖିଲା ଫଳ ମଧ୍ୟ ପାକିସ୍ତାନରୁ ରପ୍ତାନି କରାଯାଏ। କିଛି ତୈଳଯୁକ୍ତ ମଞ୍ଜି ଏବଂ ଫଳ ମଧ୍ୟ ପାକିସ୍ତାନରୁ ଆସିଥାଏ।

ଭାରତରେ ଯେଉଁ ଉଲ୍ ରୁ ବହୁତ ଉତ୍ସାହର ସହ ସୁନ୍ଦର ସ୍ୱେଟର ତିଆରି କରାଯାଏ ତାହା ମଧ୍ୟ ପାକିସ୍ତାନରୁ ଆସିଥାଏ। ଏଥିସହ ଆପଣ ବ୍ୟବହାର କରୁଥିବା କପା ମଧ୍ୟ ପାକିସ୍ତାନରୁ ଆସିଥାଏ। ଏମିତି ଅନେକ ଜିନିଷ ରହିଛି ଯାହାକୁ ଆମେ ସାଧାରଣ ଜୀବନରେ ବ୍ୟବହାର କରିଥାଉ କିନ୍ତୁ ଜାଣନ୍ତି ନାହିଁ ସେଗୁଡ଼ିକ କେଉଁଠୁ ଆସୁଛି।

 

Get real time updates directly on you device, subscribe now.