fbpx

ଦିଲ୍ଲୀରେ ବିଜେପି-ବିଜେଡି ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

ଓଡ଼ିଶା ଭାସ୍କର: ଗତ ଦୁଇ ଦିନ ତଳେ ବିଜେପି ରାଜ୍ୟ ନେତୃତ୍ୱ ବିଜେଡି ସହ ମେଣ୍ଟ ଆଲୋଚନା ନେଇ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଦିଲ୍ଲୀ ବାସଭବନ ଯାଇଥିବା ଚର୍ଚ୍ଚା ହେଉଥିଲା। ଏବଂ ପରେ ପରେ ବିଜେଡି ନେତା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ମେଣ୍ଟ ପାଇଁ ଦିଲ୍ଲୀ ଯାଇଥିବା କୁହାଯାଉଥିଲା। କିନ୍ତୁ ଦିଲ୍ଲୀରୁ ଫେରିବା ପରେ ପ୍ରଣବ ଓ ପାଣ୍ଡିଆନ ନିରବ ଥିବା ବେଳେ ଦିଲ୍ଲୀରେ ମେଣ୍ଟ ନେଇ ଆଲୋଚନା ହୋଇନାହିଁ ବୋଲି ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ। ଆଉ ଆଜି ମନମୋହନଙ୍କ କଥାକୁ ଦୋହରାଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ଏନେଇ ତୋମାର କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବ।

ସୂଚନା ଥାଉକି, ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଗତକାଲି ଦିଲ୍ଲୀରୁ ଫେରି ପୁନର୍ବାର ନିଜର ପ୍ରତିକ୍ରିୟା ଦୋହରାଇଥିଲେ ବିଜେପି ରାଜ୍ୟ ସଭାପତି। ସେ କହିଥିଲେ, ଉଭୟ ଲୋକସଭା ଓ ବିଧାନସଭାରେ କିପରି ବିଜେପି ସରକାରକୁ ଆସିବ ସେନେଇ ଦିଲ୍ଲୀରେ ଆଲୋଚନା ହୋଇଛି। ଏଥର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବ। ତେବେ ବିଜେଡି ସହ ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ ବାରମ୍ବାର କହିଥିଲେ ।

 

Get real time updates directly on you device, subscribe now.