fbpx
BJD SKY
BJD SKY

ଲୋକସଭା ନିର୍ବାଚନ: ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ିବ BSP, ଖୁବ ଶୀଘ୍ର ଜାରି ହେବ ପ୍ରାର୍ଥୀ ପତ୍ର

BJD

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ପରେ ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବହୁଜନ ସମାଜ ପାର୍ଟି(BSP) ଘୋଷଣା କରିଛି । ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶର ସମସ୍ତ ୨୯ଟି ଆସନ ପାଇଁ BSP ଏହାର ପ୍ରାର୍ଥୀ ଘୋଷଣା କରିବ । ଏଥିପାଇଁ ଦଳ ସୁପ୍ରିମୋ ମାୟାବତୀ ମଧ୍ୟପ୍ରଦେଶର ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ରାଜ୍ୟର ସମସ୍ତ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରଦାନ କରିବା ପାଇଁ ସେ ପଦାଧିକାରୀଙ୍କୁ କହିଛନ୍ତି । ଏହି ପ୍ରାର୍ଥୀଙ୍କୁ ନେଇ ଆଲୋଚନା କରିବା ପରେ ଗୋଟିଏ ସପ୍ତାହ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ମାୟାବତୀ ।

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିକଟରେ BSP ତେଲେଙ୍ଗାନାରେ ମେଣ୍ଟ ପାଇଁ ଘୋଷଣା କରିଥିଲେ । ତେଲେଙ୍ଗାନାରେ ଦଳ ସୁପ୍ରିମୋ ମାୟାବତୀ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ସହ ମେଣ୍ଟ କରିଥିଲେ । ଏହି ଦୁଇ ଦଳ ମିଶି ତେଲେଙ୍ଗାନାରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ଲଢ଼ିବା ସୁନିଶ୍ଚିତ କରିଛି ଦଳ । ବର୍ତ୍ତମାନ ଉତ୍ତରପ୍ରଦେଶରେBSPର ସ୍ଥିତି ମଜବୁତ ରହିଛି । ଯାହାକି ବଡ଼ ବଡ଼ ରାଜନୈତିକ ଦଳର ଖେଳ ବିଗାଡ଼ି ପାରିବ । ମଧ୍ୟପ୍ରଦେଶରେ ଏଥର ବିଜେପି, କଂଗ୍ରେସ ଏବଂ BSP ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ । BSP ରାଜ୍ୟରେ ଏହାର ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହେଉଛି ।

Get real time updates directly on you device, subscribe now.