fbpx

ଜେଇଇ ମେନ୍ସ ପେପର-୨ ରେଜଲ୍ଟ ଘୋଷଣା କଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିଶନ ପାଇଁ ଜେଇଇ ମେନ୍ସ ସେସନ-୧ ପେପର-୨ର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ସ ପରୀକ୍ଷା ଦେଇଥିଲେ ସେମାନେ ଏବେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ୍ jeemain.nta.in କୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।

ଜେଇଇ ମେନ ସ୍କୋର କାର୍ଡ ୨୦୨୪ ଡାଉନଲୋଡ୍ କରିବା ପାଇଁ ପ୍ରାର୍ଥୀଙ୍କୁ ନିଜର ଜେଇଇ ମେନ୍ସ ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଦାଖଲ କରିବାକୁ ପଡ଼ିବ । ଜେଇଇ ମେନ୍ସ ସେସନ-୧ ପେପର-୨ ଅଥାତ ବ୍ୟାଚେଲର ଅଫ୍ ଆର୍କିଟେକ୍ଟ (ବିଆର୍କ) ଓ ବ୍ୟାଚେଲର ଅଫ୍ ପ୍ଲାନିଂ (ବିପ୍ଲାନିଂ) ପାଇଁ ମୋଟ ୭୪,୦୦୨ ଜଣ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୫୫,୪୯୩ ଜଣ ଉପସ୍ଥିତ ହୋଇଥିଲେ ।

ରେଜଲ୍ଟ ଚେକ୍ କରିବା ଲିଙ୍କ: https://jeemain.ntaonline.in/frontend/web/scorecardpapertwo/index

Get real time updates directly on you device, subscribe now.