fbpx

ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ଆଜି ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇ ସାରିଛି । ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୨୭ଟି ଉନ୍ନୟନ ମୂଳକ ପ୍ରକଳ୍ପରେ ୧୧୪କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାର୍ଯ୍ୟକ୍ରମରେ ୪ମନ୍ତ୍ରୀ ଓ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.