fbpx

ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଆଇନଗତ ନୁହେଁ, ସେମାନେ ଲିଭ୍-ଇନରେ ଥିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଟଲିଉଡ୍ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିବାହକୁ ନେଇ ଏବେ ସାଧାରଣରେ ଟାହିଟାପରା ହେଉଥିବା ବେଳେ ଏବେ ଖୋଦ୍ ନୁସରତ୍ ନିଜ ବିବାହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି, ବିଜନେସ୍ ମ୍ୟାନ୍ ନିଖିଲ୍ ଜୈନଙ୍କ ସହ ତାଙ୍କ ବିବାହ ଆଇନଗତ ନୁହେଁ ବରଂ ସେ ଲିଭ୍-ଇନ୍ ରେ ରହୁଥିଲେ । କାରଣ ତୁର୍କିରେ ହୋଇଥିବା ବିବାହକୁ ଭାରତୀୟ ଆଇନ୍ ଅନୁସାରେ ମାନ୍ୟତା ମିଳିପାରିନି ।

ନୁସରତଙ୍କ ବିବାହ ଟ୍ରାଜେଡି ସମାଧାନ ନହେଉଣୁ ଏବେ ତାଙ୍କ ନାଁ ଆଉ ଜଣଙ୍କ ସହ ଯୋଡାଯାଉଛି । ସେ ହେଉଛନ୍ତି ଅଭିନେତା ତଥା ବିଧାନସଭା ନିର୍ବାଚନର ଆଶାୟୀ ପ୍ରାର୍ଥୀ ଥିବା ୟଶ୍ ଗୁପ୍ତା । ଏବେ କୁଆଡେ ସେ ୟଶ୍ ଙ୍କୁ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ନୁସରତ ନିଜର ବିବାହ ସମ୍ପର୍କରେ ଏକ ବୟାନ ରେ କହିଛନ୍ତି ଯେ, ଯେହେତୁ ତାଙ୍କ ବିବାହ ତୁର୍କି ନିୟମାନୁସାରେ ହୋଇଥିଲା, ତେଣୁ ଭାରତରେ ଏହି ବିବାହ ଅବୈଧ । ତାଙ୍କର ଏହି ବୟାନରେ ନିଖିଲ୍ ଜୈନ୍ କହିଛନ୍ତି ଯେ, ମୁଁ କିଛି କହିବାକୁ ଚାହୁଁନି । ସବୁକିଛି ଅଦାଲତ ନିଷ୍ପତି ନେବ । ମାମଲା ଏବେ ଅଦାଲତରେ ସମାଧାନ ଅପେକ୍ଷାରେ ରହିଛି ।

ଏହି ଘଟଣା ପରେ ଜୈନ କହିଛନ୍ତି ଯେ, ସେ ଛାଡପତ୍ର ନେବାକୁ ଚାହୁଁଛନ୍ତି । କିନ୍ତୁ ଏହା ଉପରେ ପ୍ରକିକ୍ରିୟା ଦେଇ ନୁସରତ୍ କହିଛନ୍ତି, ଯେତେବେଳେ ଭାରତରେ ଏହି ବିବାହ ମାନ୍ୟ ନୁହେଁ ତାହେଲେ ଛାଡପତ୍ର ଦେବାର ପ୍ରଶ୍ନ ହିଁ ଉଠୁନି । ଏହାସହ ସେମାନେ ବହୁ ଆଗରୁ ହିଁ ଅଲଗା ହୋଇସାରିଛନ୍ତି । ତେଣୁ ସେ ଏହା ଉପରେ କୌଣସି ଆଲୋଚନା କରିବାକୁ ଚାହୁଁ ନାହାନ୍ତି ।

ସୂଚନାଯୋଗ୍ୟ, ୨୦୧୯ରେ ତୁର୍କିରେ ନିଖିଲ୍ ଜୈନ୍ ଙ୍କୁ ସେ ବିବାହ କରିଥିଲେ । ଯେଉଁଥିରେ କେବଳ ପରିବାର ଲୋକ ହିଁ ସାମିଲ୍ ଥିଲେ । ଏହାପରେ ସେହି ବର୍ଷ ହିଁ ଲୋକସଭା ନିର୍ବାଚନରେ ଟିଏମସି ଦଳ ପକ୍ଷରୁ ଟିକେଟ୍ ହାସଲ କରିଥିଲେ । ଏହାସହ କୋଲକାତାର ଏକ ଫାଇଭ୍ ଷ୍ଟାର ହୋଟେଲ୍ ରେ ବିବାହ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ହେଲେ ଏବେ ପୁଣି ୟଶ୍ ଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.