fbpx

ଓଡିଶା ଛୁଇଁଲା ମୌସୁମୀ ବାୟୁ, କାଲିଠୁ ପ୍ରବଳ ବର୍ଷିବ

Advertisement

ଭୁବନେଶ୍ୱର (ଓଡିଶା ଭାସ୍କର): କେରଳ ପରେ ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶାର ଅନ୍ୟ ଭାଗରେ ପ୍ରବେଶ କରିବ ଏହି ମୌସୁମୀ ବାୟୁ । ମୌସୁମୀ ଅଗ୍ରଗତି ପାଇଁ ସ୍ଥିତି ଅନୁମୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ‘ଆଜି ଓଡିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ ଓଡିଶା ଓ ବଲାଙ୍ଗିରରେ ଭଲ ବର୍ଷା ହୋଇଛି । ଲଘୁଚାପ ଯୋଗୁଁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବ । ୧୧ ତାରିଖରେ ସବୁଠାରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଉଛି ।’

Get real time updates directly on you device, subscribe now.