fbpx

ପାଣି ବଦଳରେ ଏସିଡ ପିଇ ଦେଲେ ତହସିଲଦାର; ତା’ପରେ….

ନୂଆଦିଲ୍ଲୀ: ଖୁବ୍ ଶୋଷ ହେଉଥିଲା । ହେଲେ ତରବରରେ ବୁନ୍ଦେ ପାଣି ବଦଳରେ ପିଇ ଦେଲେ ଏସିଡ୍ । ଏହାକୁ ପିଇବା ପରେ ପାଟି ଓ ତଣ୍ଟି ପୋଡିଗଲା । କୁଲଗାମ ହାଜିପୁରାର ତହସିଲଦାରଙ୍କ ଏଭଳି ଅବସ୍ଥା ହୋଇଛି । ଏ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ତହସିଲଦାର ନିୟାଜ୍ ଅହମଦ ଏକ ଦୋକାନକୁ ଯାଇ ପାଣି ମାଗିଥିଲେ । ତେବେ ଦୋକାନୀ ତାଙ୍କୁ ପାଣି ବଦଳରେ ଭୁଲରେ ଏସିଡ୍ ବୋତଲ ଧରାଇ ଦେଇଥିଲେ । ଏହାକୁ ସେ ପାଣି ଭାବି ତହସିଲଦାର ପିଇଦେବା ଫଳରେ ତାଙ୍କ ତଣ୍ଟି ପୋଡି ଯାଇଥିଲା । ସେ ପାଟିରୁ ଏସିଡ୍ ବାହାର କରିଦେଇଥିଲେ ଓ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

କୁହାଯାଉଛି ଯେ ତହସିଲଦାର ଜଣଙ୍କ ନିଜ ଟିମ୍ ସହ ସଂପୃକ୍ତ ଅଞ୍ଚଳରେ ବେଆଇନ ଭାବେ ବିକ୍ରି ହେଉଥିବା ଅନେକ ସାମଗ୍ରୀ ଉପରେ ରେଡ୍ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଶୋଷ ଲାଗିବାରୁ ସେ ଗାଁ ନିକଟରେ ଥିବା ଏକ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ । ପାଣିର ସ୍ୱାଦ ଭିନ୍ନ ଲାଗିବା ସହ ତାଙ୍କୁ ତଣ୍ଟି ପୋଡିଥିଲା । ପରେ ଜଣା ପଡିଥିଲା ଯେ ଉକ୍ତ ଦୋକାନରେ ପାଣି ବୋତଲରେ ବ୍ୟାଟେରିରେ ବ୍ୟବହାର ହେଉଥିବାର ଏସିଡ୍ ରଖାଯାଇଥିଲା । ସେ ଭୁଲରେ ଏହାକୁ ପାଣି ଭାବି ତହସିଲଦାରକୁ ଦେଇଥିବା ଜଣାପଡିଛି । ତେବେ ସେହି ଦୋକାନୀକୁ ମଧ୍ୟ ଗିରଫ କରଯାଇଛି । ଅନ୍ୟପକ୍ଷରେ ତହସିଲଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Get real time updates directly on you device, subscribe now.