fbpx

ନିଜ ପ୍ରାଣ ଚାଲିଗଲା, ହେଲେ ବଞ୍ଚାଇଦେଲେ ୮ ଜଣଙ୍କୁ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣରେ କୁହାଯାଏ ଯେ ମଣିଷର ଅସଲ ପରିଚୟ ମୃତ୍ୟୁବେଳକୁ ଜଣାପଡ଼େ । ଜଣଙ୍କ ଜୀବନ ଧାରା ଓ ସମାଜ ପ୍ରତି କିଛି ଭଲ କାମ କରିଥିବା କାହାକୁ ମଧ୍ୟ ଲୋକେ ପ୍ରଶଂସା କରନ୍ତି ଓ ମନେପକାନ୍ତି । ଠିକ୍ ସେହିଭଳି ଜୀବନର ଅନ୍ତିମବେଳାରେ ଏକ ମହାନ କାର୍ଯ୍ୟ କରିଛନ୍ତି ଜଣେ ବ୍ୟକ୍ତି । ଯେଉଁଥିପାଇଁ ୮ ଜଣଙ୍କ ଜୀବନ ସୁରକ୍ଷା ହୋପାରିଛି ।

ସୂଚନା ଅନୁସାରେ ୫୧ ବର୍ଷୀୟ ଆର୍ ଚେନ୍ଥାମରାଇ ନାମକ ଜଣେ ବ୍ୟକ୍ତି ଗତ ୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଶୀକାର ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରମାନଙ୍କ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା । ମସ୍ତିଷ୍କର ମୃତ୍ୟୁ ଘୋଷଣା ପରେ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଏକ ମହତ ନିଷ୍ପତ୍ତି ନେଇଥିଲେ । ଚେନ୍ଥାମରାଇଙ୍କ ବିଭିନ୍ନ ଅଙ୍ଗ ଦାନ ପାଇଁ ପରିବାର ଲୋକଙ୍କ ସମ୍ମତି ମିଳିଥିଲା । ଫଳରେ ତାଙ୍କର ଚକ୍ଷୁ, କିଡନୀ, ଚର୍ମ, ହାଡ଼, ହୃଦୟ ଭଳି ଅନେକ ଅଙ୍ଗ ନିଆଯାଇ ଅନ୍ୟ ୮ଜଣଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା । ଫଳରେ ସେମାନେ ନୂଆ ଜୀବନ ପାଇଥିଲେ । କିନ୍ତୁ ଚେନ୍ଥାମରାଇ ସଶରୀରରେ ନରହିଲେ ମଧ୍ୟ ସବୁଦିନ ପାଇଁ ସମାଜ ଦୃଷ୍ଟିରେ ବଞ୍ଚି ରହିଲେ ।

ପ୍ରକାଶ ଥାଉ ଯେ ଚେନ୍ଥାମରାଇ ଜଣେ ଟେଲର୍ ଭାବେ ସୁନାମ ଅର୍ଜନ କରିଥିଲେ । ଚେନ୍ନାଇ ସହରର ସିଙ୍ଗାନଲ୍ଲୁରର ବାସିନ୍ଦା ଚେନ୍ଥାମରାଇଙ୍କ ଏହି ମହାନ ଦାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସମଗ୍ର ବିଶ୍ୱରେ ମଣିଷ ଶରୀରର ପ୍ରାୟ ୫୧ଟି ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଅନ୍ୟ ଜଣଙ୍କ ନିକଟରେ ପ୍ରତିରୋପଣ ହୋଇପାରୁଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.