fbpx

ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ପ୍ରତ୍ୟାବର୍ତ୍ତନର ରାସ୍ତା ସଫା!

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ଫେରିବାକୁ ନେଇ ରାସ୍ତା ସଫା ହୋଇଯାଇଛି । କାରଣ ଡୋମିନିକା ସରକାର ଚୋକସିକୁ ଜଣେ ଅବୈଧ ଅପ୍ରବାସୀ ଭାବରେ ଘୋଷିତ କରିଛନ୍ତି । ଡୋମିନିକାର ରାଷ୍ଟ୍ରୀୟ ସୁରକ୍ଷା ତଥା ଗୃହ ମନ୍ତ୍ରାଳୟ ପକ୍ଷରୁ ଆଇନଗତ ପ୍ରକ୍ରିୟା ଅନୁସାରେ ଚୋକସିକୁ ଖୁବ୍ ଶୀଘ୍ର ଡୋମିନିକାରୁ ବାହାରକୁ ପଠାଇବାର ବନ୍ଦୋବସ୍ତ କରାଯିବାକୁ ଆଦେଶ ଜାରି କରାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ତାର ଭାରତ ପ୍ରତ୍ୟାବର୍ତ୍ତନର ରାସ୍ତା ସଫା ବୋଲି ଆଶା ପ୍ରକାଶ କରାଯାଉଛି । ତେବେ ଏନେଇ ଡୋମିନିକା ସରକାର ମେ ୨୫ ତାରିଖରୁ ହିଁ ଆଦେଶ ଜାରି କରିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.