fbpx

ସାବିତ୍ରୀରେ ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ସାବିତ୍ରୀ ବ୍ରତରେ ଶସ୍ତା ହୋଇଛି ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି । ଅନ୍ୟପଟେ ରୂପା ଦରରେ ହ୍ରାସ ପାଇଁ କିଲୋଗ୍ରାମ ପିଛା ୭୧,୫୦୭ ଟଙ୍କା ହୋଇଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଓ ୫୦,୦୭୦ ଟଙ୍କା ହୋଇଛି ।

 

ତେବେ ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୬୮୦ ଟଙ୍କା ଓ ୪୮,୬୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୦୪୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି ।

 

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି  । କୋଲକାତାରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୨୨୦ ଟଙ୍କା ଓ ୫୦,୯୨୦ ଟଙ୍କା ରହିଛି  ।

Get real time updates directly on you device, subscribe now.