fbpx

(video)ଚାପୁଡ଼ା ଉପରେ ଚାପୁଡ଼ା ମାରି ସାପକୁ ଦରମରା କରିଲା ବିଲେଇ, ଭିଡିଓ ଦେଖିଲେ ଅଟକାଇ ପାରିବେ ନାହିଁ ନିଜ ହସ

AAKASH

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ । ଯାହା ଦେଖିଲେ ଆପଣ ନିଜ ହସ ଲୁଚାଇ ପାରିବେ ନାହିଁ । ତେବେ ଏହି ଭଳି ଏକ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ଆପଣ ଦେଖି ପାରିବେ ଆମେ ମୁଖ୍ୟତଃ ଯେଉଁମାନଙ୍କୁ ଆମେ ପୋଷା ଭାବେ ଘରେ ରଖିଥାଉ ବାସ୍ତବରେ ସେମାନେ କେତେ ସାହାସୀ ।

ଆପଣଙ୍କ ନିକଟରେ ଏହିଭଳି ଏକ ଭିଡିଓ ଅଛି ଯେଉଁଥିରେ ଗୋଟିଏ ବିଲେଇ କିପରି ସାପ ସହିତ ସାହାସିକତାର ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି । ଏଥିରେ ଦେଖି ପାରିବେ କିଛି ବିଲେଇ ଛିଡା ହୋଇଛନ୍ତି ଏବଂ ଠିକ ଏହି ସମୟରେ ଏକ ସାପଟି ଧୀରେ ଧୀରେ ବିଲେଇ ପାଖକୁ ଆସୁଛି । ଏହାପରେ ବିଲେଇଟି ସାପକୁ କିଛି କ୍ଷଣ ପାଇଁ ଦେଖୁଛି ।ଏହାପରେ ହଠାତ ସାପଟି ବିଲେଇ ମୁହଁ ପାଖକୁ ଆସି ତାକୁ ଚୋଟ ମାରିବା ପାଇଁ ଫଣା ଟେକିବା ବେଳେ ବିଲେଟି ସାପକୁ ଗୋଟିଏ ଚାପୁଡା ମାରୁଛି ।

ତେବେ ବିଲେଇ ଏତିକିରେ ଅଟକି ଯାଉ ନାହିଁ ଏହା ପରେ ବାରମ୍ବାର ବାରମ୍ବାର ଚାପୁଡା ମାରୁଥିବା ଦେଖିବାକୁ ମିଳୁଛି ।ସାପଟି ବିଲେଇକୁ ବହୁତ ଆଘାତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଲେଇଟି ମଧ୍ୟ ସତ ସାହାସ ସହିତ ସାପକୁ ସାମ୍ନା କରୁଛି ।

ଆମେ ମୁଖ୍ୟତଃ ସାପ ଦେଖିଲେ ଭୟରେ ପଳାଉଯାଇଥିବା ବେଳେ ଏହି ଛୋଟ ବିଲେଇଟିର ସାହାସିକତା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ଏହି ଭିଡିଓ କୁ ୧୧ହଜାର ରିସେୟାର କରିଛନ୍ତି । ଏହା ସହିତ ଏହି ପୋଷ୍ଟରେ ୬୩ହଜାରରକୁ ଅଧିକ ଲାଇକ ମିଳିଥିବା ବେଳେ ଏହାକୁ ୩ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.