fbpx
BJD SKY
BJD SKY

ତୁର୍କୀ ଭଳି ଭୂମିକମ୍ପ ଭାରତରେ ହେଲେ କ’ଣ ହେବ ? ଜାଣନ୍ତୁ ଭୂକମ୍ପ ଆଶଙ୍କା ଥିବା ଭାରତର ୧୩ଟି ରାଜ୍ୟ

BJD

ନୂଆଦିଲ୍ଲୀ : ତୁର୍କୀରେ ଭୟାବହ ଭୂକମ୍ପ ଯୋଗୁଁ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଆଠ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ପୂର୍ବରୁ ଭାରତରେ ଅନେକ ଥର ଭୂକମ୍ପ ହୋଇସାରିଛି । କେତେବେଳେ ଅଧିକ ତ କେତେବେଳେ କମ୍ । ଭାରତରେ ଅନେକ ରାଜ୍ୟ ରହିଛି, ଯେଉଁଠାରେ ଭୂକମ୍ପ ହେବାର ଆଶଙ୍କା ରହିଥାଏ । ସବୁଠାରୁ ଅଧିକ ହିମାଳୟ ଅଞ୍ଚଳରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ବହୁତ ଅଧିକ ରହିଥାଏ ।

୧୮୯୭ ମସିହାରେ ମେଘାଳୟ ଶିଲୋଙ୍ଗରେ ୮.୧ ତୀବ୍ରତାରେ ଭୂକମ୍ପ ହୋଇଥିଲା । ୧୯୦୫ ରେ ହିମାଚଳ ପ୍ରଦେଶ କଙ୍ଗ୍ରା ଠାରେ ୭.୮ ତୀବ୍ରତା, ୧୯୩୪ ରେ ବିହାର-ନେପାଳ ସୀମାରେ ୮.୩ ତୀବ୍ରତା, ୧୯୫୦ ମସିହାରେ ଅରୁଣାଚଳ-ଚୀନ୍ ସୀମାରେ ୮.୫ ତୀବ୍ରତା ଏବଂ ୨୦୧୫ ରେ ୭.୯ ତୀବ୍ରତା ଭୂକମ୍ପ ନେପାଳରେ ହୋଇଥିଲା।
କେଉଁ ଜୋନ୍‌ରେ ଦେଶର କେଉଁ ଭାଗ ରହିଛି?

ପଞ୍ଚମ ଜୋନ୍‌ରେ ଦେଶର ୧୧% ରହିଥିବା ବେଳେ ଚତୁର୍ଥ ଜୋନ୍‌ରେ ୧୮% ଏବଂ ତୃତୀୟ ଜୋନ୍ ରେ ୩୦% ରହିଛି । ଉଭୟ ୪ ଓ ୫ ଜୋନ୍‌ରେ ରହିଥିବା ରାଜ୍ୟ ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଚେତାବନୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜୋନରେ କେଉଁ ରାଜ୍ୟ ରହିଛି…

  • ଭୂକମ୍ପ ଜୋନ୍ ୧ : ଏହି ଜୋନରେ ଥିବା ରାଜ୍ୟଗୁଡିକ ଭୂକମ୍ପ ବିପଦସଙ୍କୁଳ ଅନ୍ତର୍ଭୁକ୍ତ ନଥିବାରୁ ଏହା ବିଷୟରେ ଆଲୋଚନା କରିବା ଅର୍ଥହୀନ ।
  • ଭୂକମ୍ପ ଜୋନ୍ ୨: ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁର କିଛି ଅଂଶ ଜୋନ୍-୨ ଅଧୀନରେ ରହିଛି।
  • ଭୂକମ୍ପ ଜୋନ୍ ୩: ଏହି ଜୋନ୍ରେ କେରଳ, ଗୋଆ, ଉତ୍ତରପ୍ରଦେଶ ଏବଂ ହରିୟାଣାର କିଛି ଅଂଶ, ଗୁଜୁରାଟ ଏବଂ ପଞ୍ଜାବର କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଞ୍ଚଳ, ପଶ୍ଚିମ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାରର କିଛି ଅଞ୍ଚଳ, ଝାଡଡଖଣ୍ଡର ଉତ୍ତର ପାଶ୍ୱର୍ ଏବଂ ଛତିଶଗଡ କିଛି ଅଞ୍ଚଳ ରହିଛି । ଏହା ବ୍ୟତୀତ ମହାରାଷ୍ଟ୍ର , ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ଣ୍ଣାଟକର କିଛି ଅଂଶ ମଧ୍ୟ ରହିଛି ।
  • ଭୂକମ୍ପ ଜୋନ୍ ୪: ଜାମ୍ମୁ କାଶ୍ମୀରର କିଛି ଅଂଶ, ଲଦାଖ, ହିମାଚଳ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳ ଚତୁର୍ଥ ଜୋନ୍ରେ ରହିଛି। ଏହା ବ୍ୟତୀତ ହରିୟାଣା, ପଞ୍ଜାବ, ଦିଲ୍ଲୀ, ସିକ୍କିମ୍, ଉତ୍ତରପ୍ରଦେଶର ଉତ୍ତର ଭାଗ, ବିହାର ଏବଂ ପଶ୍ଚିମବଙ୍ଗ, ଗୁଜୁରାଟ, ପଶ୍ଚିମ ଉପକୂଳ ନିକଟ ମହାରାଷ୍ଟ୍ରର କିଛି ଅଂଶ ଏବଂ ପଶ୍ଚିମ ରାଜସ୍ଥାନର ଛୋଟ ଅଂଶ ଏହି ଜୋନ୍ରେ ଆସିଥାଏ।
  • ସବୁଠାରୁ ବିପଜ୍ଜନକ ଜୋନ୍ ୫: ଏହି ଜୋନ୍‌ରେ ଜାମ୍ମୁ କାଶ୍ମୀରର କିଛି ଅଂଶ (କାଶ୍ମୀର ଉପତ୍ୟକା), ହିମାଚଳର ପଶ୍ଚିମ ଭାଗ, ଉତ୍ତରାଖଣ୍ଡର ପୂର୍ବ ଭାଗ, ଗୁଜୁରାଟର କଚ୍, ବିହାରର ଉତ୍ତର ଅଂଶ, ଭାରତର ସମସ୍ତ ଉତ୍ତର-ପୂର୍ବ ରାଜ୍ୟ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସମୁହ ଜୋନ୍ ୫ ଅନ୍ତର୍ଭୁକ୍ତ । ଏହା ସବୁଠାରୁ ଅଧିକ ବିପଜ୍ଜନକ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.